oom

କୋଶଳ କଳାମଣ୍ଡଳର ପ୍ଲାଟିନମ ଜୁବ୍‌ଲି ଶୁଭାରମ୍ଭ : ‘ଚତୁରଙ୍ଗ’ ନୂତନ ପ୍ରସ୍ତ ପ୍ରଚ୍ଛଦ ଉନ୍ମୋଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମୃଦ୍ଧ ଅତୀତ ଓ ବିପୁଳ ସାଂସ୍କୃତିକ ବିଭବର ମୁକସାକ୍ଷୀ ଭାବରେ କୋଶଳ କଳାମଣ୍ଡଳ ଅଞ୍ଚଳର ସାଂସ୍କୃତିକ ଚେତନାର ପ୍ରତୀକ । ସ୍ୱାଧୀନତା ପୂର୍ବରୁ ଓ ପରେ ମଧ୍ୟ ଓଡିଆ ସାହିତ୍ୟ ସହ ଓଡିଶାର ସାଂସ୍କୃତିକ ପରମ୍ପରାକୁ ଉତ୍ତରଣର ଶିଖର ପର୍ଯ୍ୟାୟକୁ ନେଇଯାଇଥିଲା କଳାମଣ୍ଡଳର ମୁଖପତ୍ର ଚତୁରଙ୍ଗ । ବହୁ ବିଜ୍ଞ ଲେଖକଙ୍କ ଲେଖାରେ ସମୃଦ୍ଧ, ୫୧ଟି ମାସିକ ପତ୍ର ଭାବରେ ଆଜି ବି ଏହି ପ୍ରକାଶନ ତଦାନିନ୍ତନ ସାରସ୍ୱତ ପ୍ରବାହର ସ୍ୱାକ୍ଷର । କୋଶଳ କଳାମଣ୍ଡଳ ସ୍ଥାପନର ୭୫ ବର୍ଷ ପୂର୍ତ୍ତୀ ପ୍ଲାଟିନମ ଜୁବୁଲି ଅବସରରେ ଚତୁରଙ୍ଗର ନୂତନ ପ୍ରସ୍ତ ପ୍ରକାଶନ ପାଇଁ ପ୍ରଚ୍ଛଦ ବିମୋଚନ ଅବସରରେ ଏହି ମତ ପ୍ରକାଶ ପାଇଛି ।

କୋଭିଡ କଟକଣା ମଧ୍ୟରେ ଜିଲା ପାଠାଗାର ଭିତରେ କୋଶଳ କଳାମଣ୍ଡଳ କମିଟି ସଦସ୍ୟ, ଚତୁରଙ୍ଗ ସମ୍ପାଦନା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଓ ଚତୁରଙ୍ଗ ସମ୍ପାଦନା ମଣ୍ଡଳୀ ସହ ନିମନ୍ତ୍ରୀତ ଅତିଥିଙ୍କୁ ନେଇ ଆୟୋଜିତ ଏହି ପ୍ରଚ୍ଛଦ ବିମୋଚନ ସଭାରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ସମ୍ପାଦନା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଆବାହକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଉପ ଜିଲାପାଳ ସୁଧାକର ନାୟକ ମଞ୍ଚାସିନ ହୋଇଥିଲେ । ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ସଭାର ଉଦ୍ଦେଶ୍ୟ ଜ୍ଞାପନ, ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କୋଶଳ କଳାମଣ୍ଡଳର ନୂତନ ନିର୍ମାଣ ପାଇଁ ମାଷ୍ଟର ପ୍ଲାନକୁ ଜନସାଧାରଣଙ୍କ ମତାମତ ଆହ୍ୱାନ କରି ଏହାକୁ ଲୋକାର୍ପିତ କରାଯାଇଥିଲା । ଉନ୍ନତ ଲେଖା ସହ କଳା, ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତର ଭୂୟୋବିକାଶ ଦିଗରେ ଚତୁରଙ୍ଗ ନିୟମିତ ପ୍ରକାଶିତ ହୋଇ ଭାଷା ସାହିତ୍ୟର ସମୃଦ୍ଧି ଦିଗରେ ନିଜର ଯୋଗଦାନକୁ ନିଶ୍ଚିତ କରିବ ବୋଲି ମଞ୍ଚାସୀନ ଅତିଥି ଗଣ ମତ ଦେଇଥିଲେ । ସଭାର ପ୍ରାରମ୍ଭରେ ଇଷ୍ଟଦେବୀ ମା’ ସମଲେଶ୍ୱରୀ, ମା’ ପାଟଣେଶ୍ୱରୀ, କୋଶଳ କଳାମଣ୍ଡଳର ପ୍ରତିଷ୍ଠାତା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ, ଚତୁରଙ୍ଗର ପ୍ରଥମ ସମ୍ପାଦକ କୁମାର ବ୍ରଜେନ୍ଦ୍ର ନାରାୟଣ ସିଂହଦେଓ ଓ କୋଶଳ କଳାମଣ୍ଡଳର ପୁନରୁଦ୍ଧାରରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ଆଗାମୀ ଏପ୍ରିଲ ୧୪ ମହା ବିଷୁବ ସଂକ୍ରାନ୍ତିରେ ଚତୁରଙ୍ଗ ନୂତନ ପ୍ରସ୍ତ ର ପ୍ରଥମ ସଂଖ୍ୟା ପ୍ରକାଶିତ ହେବ । ସଭାକୁ ସଂଯୋଜନା କରିବା ସହିତ ଶେଷରେ ସମ୍ପାଦନା ମଣ୍ଡଳୀ ସଦସ୍ୟ ସଂଦୀପ କୁମାର କୁଅଁର ଧନ୍ୟବାଦ ଦେଇଥିଲେ । ସଭାରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ଡ. ଶ୍ରୀକର ମିଶ୍ର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଷ୍ଟାଡିଂ କମିଟି ସଦସ୍ୟ ବିକ୍ରମାନନ୍ଦ ବହିଦାର, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଜ୍ୟୋତିର୍ମୟୀ ସାହୁ, କୋଶଲୀ ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ବ୍ରଜମୋହନ ମିଶ୍ର, ଦୟାନିଧି ଆଚାର୍ଯ୍ୟ, ସନାତନ ଠାକୁର, ଲକ୍ଷ୍ମଣ କୁମାର ମେହେର, ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର, ଡ.ଘାସିରାମ ମିଶ୍ର, ଆନନ୍ଦ ଚନ୍ଦ୍ର ସାହୁ, ବିରେନ୍ଦ୍ର କୁମାର ଝାଙ୍କର, ନିଗମାନନ୍ଦ ନାଥ, ବିଭୁ କଲ୍ୟାଣ ଗଡତ୍ୟା, ଧନମତ ପାଣିଗ୍ରାହୀ, ଗୋପାଳ ପ୍ରଧାନ, ଜିଲା କଳାକାର ସଂଘ ସଭାପତି ଅବଦୁଲ ଜମାଲ ଖାଁ, ପଞ୍ଚମର ସଭାପତି ମୁରଲୀଧାରୀ ପତି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.