jayashree

ତହଁକ୍‌ କୁଟୁମ୍‌ ପୀରତି ଫଗୁନ୍‌ କବିତା ଆସର ଓ କଳାକାର ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତହଁକ୍‌ କୁଟୁମ୍‌ ବଲାଙ୍ଗିର ତରଫରୁ ପୀରତି ଫଗୁନ୍‌ କବିତା ଉଚ୍ଛବ ମହାସମାରୋହରେ ପାଳିତ ହୋଇଯାଇଛି । ଫଗୁଣ ଆସିଲେ ରଙ୍ଗାୟିତ ହୁଏ ଏ ଧରା । ଆମ୍ବ ବଉଳ ମହ ମହ ବାସେ, କୋଇଲି ଗାଏ କୁହୁକୁହୁ ଗୀତ । ଫଲ୍‌ସା ଫୁଲର ସୁନ୍ଦରତା ଆକୃଷ୍ଟ କରେ କବିଙ୍କୁ । ଆର୍‌ କବି ହୋଇଯାଏ ଭାବୁକ । ତାର କଲମ ମୂନରେ ସୃଷ୍ଟି କରେ ଫଗୁଣ କବିତା । ଏଇ ଅବସରରେ ପ୍ରଥମ ଅଧିବେଶନରେ ଶିଶୁ ସାହିତ୍ୟିକ ତଥା ସଭାପତି ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପଶ୍ଚିମ ଓଡିଶା ବ୍ୟୁରୋ ହେଡ୍ ଓ ଟିଭିର ମନୋରଞ୍ଜନ ଯୋଷୀ ମୁଖ୍ୟ ବକ୍ତା, କବି ରଞ୍ଜିତ ପଧାନ, ସମ୍ମାନିତ ଅତିଥି ସୁଶାନ୍ତ ବାଗ, ସମାଜସେବୀ ସୋମନାଥ ମିଶ୍ର, କଣ୍ଠଶିଳ୍ପୀ ନବୀନ କୁଅଁର ଯୋଗ ଦେଇଥିଲେ । ଏଇ ଅବସରରେ ରାଜୀବ ପ୍ରସାଦ ଭୋଇଙ୍କ କବିତା ସଙ୍କଳନ ପ୍ରେମ ଓ ଧର୍ମେନ୍ଦ୍ର ପଧାନଙ୍କ ଗଳ୍ପ ସଙ୍କଳନ ‘ସବୁ ବରତ୍‌ ତୁମର ଲାଗି’ ଓ ତହଁକ୍‌ କୁଟୁମ୍‌ ଚେନେଲ୍‌, ତହଁକ ପାଠାଗାର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । କୋଶଲୀ ସର୍ଟ ଫିଲ୍ମ ‘ବଏନା’ର ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବରିଷ୍ଠ ସାମ୍ବାଦିକ ପାର୍ଥ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ କବିତା ପାଠ ଆରମ୍ଭ ହୋଇଥିଲା । ଏଥିରେ କବି ନିରଞ୍ଜନ ପଣ୍ଡା, ଦିଗାମ୍ବର ନାଏକ, ବୈରାଗୀ ସାହୁ, ଜଗବନ୍ଧୁ ପଟେଲ, ଗୀତାଞ୍ଜଳି ମିଶ୍ର, ବ୍ୟାସଦେବ ପୁରୋହିତ ଯୋଗ ଦେଇଥିଲେ । ଶତାଧିକ କବିତା ପାଠ କରାଯାଇଥିଲା । ମାନସୀ ସାହୁ ଓ ଟିମ୍ ମାନଭଞ୍ଜନ ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିଲିପ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅର୍ଜୁନ ସାହୁ ସଂଯୋଜନା କରିଥିଲେ । ରାଜେଶ ଦଣ୍ଡସେନା ସଂପାଦକୀୟ ବିବରଣୀ ପଠନ କରିଥିଲେ । ମିଳନ ପଣ୍ଡା, ପ୍ରଭାସିନୀ ଭୋଇ, ସୁଦେଷ୍ଣା ମିଶ୍ର, ସାଲିନୀ ସାହୁ, କବିତା ମିଶ୍ର, କୁମରମଣି ସାହୁ, ଗିରିଶ ପାତ୍ର, ପୁଷ୍ପାଞ୍ଜଳୀ ମେହେର, ଜ୍ୟୋତି ପ୍ରକାଶ ସାହୁ ସହଯୋଗ କରିଥିଲେ । ଶେଷରେ ନେପାଳ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.