jayashree

ଆମ ଓଡିିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରଙ୍କ ଯୋଜନା ସେତେବେଳେ ସଫଳ ହେବ ଯେତେବେଳେ ଲୋକେ ଏ ସର୍ମ୍ପକରେ ସଚେତନ ହୋଇ ଯୋଜନାର ଲାଭ ଉଠାଇବେ । ତେଣୁକରି ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସର୍ମ୍ପକରେ ସଚେତନତା ସୃଷ୍ଟି କରିବାକୁ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ବଲାଙ୍ଗିର ମ୍ୟୁନିସିପାଲଟି ଅର୍ନ୍ତଗତ ୱାର୍ଡ ନମ୍ବର ୧୭ ସ୍ଥିତ ବିଷ୍ଣୁମୁଣ୍ଡାଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । ୱାର୍ଡ ନମ୍ବର ୧୭ର କାଉନସିଲର ପ୍ରତିମା ଛତ୍ରିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରି ସରକାରଙ୍କ ଜନାଭିମୁଖୀ ଯୋଜନା ସର୍ମ୍ପକରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବରେ ଭାଇସ ଚେୟାରମେନ ଗାୟତ୍ରୀ ଭୋଇ, କାଉନସିଲର ସମ୍ଭୁ ନାଗ, ନନ୍ଦିନୀ ପୋଢ ପ୍ରମୁଖ ଉପସ୍ଥିତ ଥିଲେ । ସରକାରଙ୍କ ସମସ୍ତ ଯୋଜନା ସର୍ମ୍ପକରେ କାଉନସିଲର ସମ୍ଭୁ ନାଗ ବିସ୍ତୃତ ଭାବରେ ବୁଝାଇଥିଲେ । ପରେ ସ୍ଥାନୀୟ ଅଞ୍ଚଳର ଶିଶୁ, ମହିଳାମାନଙ୍କୁ ନେଇ ଝୋଟି, ଗୀତ, ନୃତ୍ୟ ଭଳି ପ୍ରତିଯୋଗିତା କରାଯାଇଥିଲା । କାର୍ଯ୍ୟକ୍ରମକୁ ପୂର୍ବତନ କାଉନସିଲର ସତ୍ୟପୀର ପାତ୍ର ପରିଚାଳନା କରିଥିବାବେଳେ ବିଷ୍ଣୁମୁଣ୍ଡା, ଖଲିଆପାଲି ଓ ମାଲଗୋଦାମ ପଡା ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.