ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତରେ ‘ଜାତୀୟ ବିଜ୍ଞାନ ଦିବସ’ ପ୍ରତିବର୍ଷ ଫେବୃଆରୀ ୨୮ରେ ପାଳନ କରାଯାଏ । ୨୦୨୪ ପାଇଁ ଥିମ୍ ହେଉଛି ‘ବିକଶିତ ଭାରତ ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା’ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ପାଇଁ ଜନସାଧାରଣଙ୍କ ଉଦ୍ୟମକୁ ପ୍ରୋତ୍ସାହିତ କରିବା ବ୍ୟତିତ, ଥିମ୍ ହେଉଛି ଘରୋଇ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଆହ୍ୱାନର ମୁକାବିଲା କରିବାରେ ଭାରତୀୟ ବୈଜ୍ଞାନିକମାନଙ୍କ ସଫଳତାକୁ ପ୍ରଶଂସା କରିବା । ଜାତୀୟ ବିଜ୍ଞାନ ଦିବସ ଉତ୍ସବ ପାଳନ ବୈଜ୍ଞାନିକ ଏବଂ ବିଜ୍ଞାନ ଉତ୍ସାହୀମାନଙ୍କ ପାଇଁ ବିଜ୍ଞାନର ପ୍ରଭାବ ଆମ ଜୀବନରେ ପ୍ରତିଫଳିତ କରିବାକୁ ଏକ ସୁଯୋଗ ପ୍ରଦାନ କରେ । ଏହି ଉତ୍ସବ ୧୯୮୬ ମସିହାରୁ ପାଳନ ହେଉଛି । ଫେବୃଆରୀ ୨୮ ତାରିଖ ହେଉଛି ସାର୍ ସି.ଭି.ଙ୍କ ଦ୍ୱାରା ‘ରମଣ ପ୍ରଭାବ’ ଘୋଷଣା କରାଯାଇଥିବା ଦିନ । ପ୍ରକାଶ ଥାଉ କି ଏହା ତାଙ୍କ ସଫଳ ଗବେଷଣାର ଦିନ, ତାଙ୍କ ଜନ୍ମ ଦିନ ନୁହେଁ । ୨୯୩୦ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ମୂଲ୍ୟ ଗ୍ରହଣ କରିଥିବା ରମଣ । ସାର୍ ଚନ୍ଦ୍ର ଶେଖର ଭେଙ୍କଟରମଣଙ୍କ ଜନ୍ମ ଦିନ ହେଉଛି ୭ ନଭେମ୍ବର ୧୮୮୮ । ସେ ୨୧ ନଭେମ୍ବର ୧୯୭୦ରେ ମହାପ୍ରୟାଣ ପ୍ରାପ୍ତ ହେଇଥିଲେ । ଜାତୀୟ ବିଜ୍ଞାନ ଦିବସ ମହତ୍ତ୍ୱପୂର୍ଣ୍ଣ ଅଟେ, କାରଣ ଏହା ଆମ ଜୀବନରେ ବିଜ୍ଞାନର ପ୍ରମୁଖ ଭୂମିକାକୁ ସ୍ୱୀକୃତି ଦିଏ ।
Next Post