oom

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଷାକ ଓ ବ୍ଲେଜର ପାଇଁ ଟଙ୍କା ସହିତ ସୁଧ ଫେରସ୍ତ କଲେ ବିନା ସୁଧରେ ୧୦ଲକ୍ଷ ଟଙ୍କାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ପୋଷାକ ଓ ବ୍ଲେଜର ବାବଦକୁ ଆର୍ଥିକ ସହାୟତା ସହିତ ମିଶନ ଶକ୍ତିକୁ ଆଗରୁ ନେଇଥିବା ଋଣ ବାବଦ ସୁଧକୁ ଫେରସ୍ତ କରିଦେଇଛନ୍ତି । ଭାରଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଛନ୍ତି । ପ୍ରତ୍ୟକ ଏସ୍‌ଏଚ୍‌ଜି ମହିଳା ପାଇବେ ୧୦୦୦ଟଙ୍କା ଓ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ପାଇବେ ୨୦୦୦ ଟଙ୍କା । ଏହା ସହିତ ବିନା ସୁଧରେ ମିଶନ ଶକ୍ତି ଏସ୍‌ଏଚ୍‌ଜି ଦଳ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ । ଏହା ଦ୍ୱାରା ମହିଳାମାନେ ଆର୍ଥିକ କ୍ଷେତ୍ରରେ ସ୍ୱବାଲମ୍ବୀ ହୋଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବ୍ଲକସ୍ତରୀୟ ମିଶନ ଶକ୍ତି ମହିଳାମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ପ୍ରାକ୍ତନ ବ୍ଲକ ଅଧକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ଦିପ୍ତୀଶ୍ରୀ ରାଉତରାୟ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସିଡିପିଓ ଜାପାନୀ କୁମାରୀ ମିତ୍ର, ନନ୍ଦିତା ସ୍ୱାଇଁ, ଓଡିଶା ଗ୍ରାମ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ୟୁନିଅନ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କର ମ୍ୟାନେଜରମାନେ ପ୍ରମୁଖ ଉପସ୍ଥିତ ଥିଲେ । ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଦଶଲକ୍ଷ ଟଙ୍କା ଋଣ ଉପରୁ ସୁଧ ଛାଡ଼ ଘୋଷଣା ଗ୍ରାମାଞ୍ଚଳ ମହିଳାଙ୍କୁ ସ୍ୱାବଲମ୍ବୀ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସର୍ବଶେଷରେ ସରକାରଙ୍କ ପକ୍ଷରୁ ବିଦେଶ ଗସ୍ତ କରିଥିବା ଡେଲାଙ୍ଗ ବ୍ଲକର ପ୍ରତିମା ଦାସ ଓ ବିଦୁଲତା ସ୍ୱାଇଁଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଋଣ ନେଇ ଠିକ ସମୟରେ ପରିଶୋଧ କରିଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଛାଡ଼ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ମିଶନ ଶକ୍ତି ମହାସଂଘର କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ସଦସ୍ୟା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶେଷରେ ବ୍ଲକ ଅଧକ୍ଷା ବାସନ୍ତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.