pr

ଓଁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେସ୍ଥଳୀରେ ବିଶ୍ୱଶାନ୍ତି ମହାଯଜ୍ଞ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁରର ଆରାଧ୍ୟ ଠାକୁର ଓଁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେସ୍ଥଳୀରେ ଜଗତର କଲ୍ୟାଣ ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଶୁକ୍ରବାରଠାରୁ ଫାଲଗୁନ କୃଷ୍ଣ ପଞ୍ଚମୀ ଗୁରୁବାର ପର୍ଯ୍ୟନ୍ତ ୭ଦିନ ବ୍ୟାପି ପରମ୍ପରା ଅନୁଯାୟୀ ଏହି ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ଚାଲିବ । ଅଙ୍କୁରରୋପଣ, ଶାଲାମଣ୍ଡନ, ଜଳଯାତ୍ରା, ସର୍ବଦେବାଦେବୀ ଆବାହନ, ଅଗ୍ନିସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା, ସର୍ବଦେବାଦେବୀ ପୂଜା, ଗୀତା ପାଠ, ସପ୍ତସତୀ ଚଣ୍ଡୀପାଠ, ମହାରୁଦ୍ରାଭିଷେକ ଆଦି ନୀତିକାନ୍ତି ପୂଜାର୍ଚ୍ଚନା ପୂର୍ବକ ପଣ୍ଡିତ ପୁରୋହିତମାନଙ୍କ ମନ୍ତ୍ରଧ୍ୱନିରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସହସ୍ର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ଆସନ୍ତା ଗୁରୁବାର ସନ୍ଧ୍ୟା ଗୋଧୂଳି ଲଗ୍ନରେ ପୂର୍ଣ୍ଣାହୁତି ସମ୍ପୂର୍ଣ୍ଣ ସହିତ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥବା ନେଇ ଓଁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ଯଜ୍ଞ କମିଟି ସୂଚନା ଦେଇଛନ୍ତି । ଏଥି ସହିତ ଠାକୁରଙ୍କ ଭାରତ ପ୍ରସିଦ୍ଧ ହରିରାଜପୁର ପଞ୍ଚୁ ଦୋଳମେଳଣର ଜମାଣ ଉତ୍ସବ ମାର୍ଚ୍ଚ ୩୦ ଓ ଠାକୁରଙ୍କ ମେଳଣ ଉତ୍ସବ ଏପ୍ରିଲ ୩ରେ ଅନୁଷ୍ଠିତ ହେବ ବୋଲି ବିଶେଷ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.