oom

୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆରମ୍ଭ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଜଳେଶପଟ୍ଟା ସ୍ଥିତ ପ୍ରସିଦ୍ଧ ଜଳେଶ୍ଵର ଶୈବପୀଠ ଶଙ୍କରଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ୩୯ତମ ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହା ମାଘ ଶୁକ୍ଳ ତ୍ରୋୟଦୋଶୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ । ପ୍ରଥମ ଦିନରେ ଅଙ୍କୁରାରୋପଣ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଶ୍ରମ ଅନ୍ତେବାସୀ ଓ ସ୍ଥାନୀୟ ମହିଳାମାନେ ରାହୁଳ ନଦୀରୁ ନାମ ସଙ୍କୀର୍ତ୍ତନ ସହ କଳସରେ ପାଣି ଆଣି ଯଜ୍ଞ ମଣ୍ଡପକୁ ଆଣିଥିଲେ । ଏହା ପରେ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା । କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମହିଳା, ପୁରୁଷ ଓ କୁନି କୁନି ପିଲା ହାତରେ ମୃଦଙ୍ଗ, ଖୋଳ ଓ ତାଳ ଧରି ନାଚି ନାଚି ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ, ଅର୍ଣ୍ଣ ଯଜ୍ଞ, ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ ଓ ସେବା ଯଜ୍ଞ ଚାଲୁ ରହିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଆୟୋଜିତ ହୋଇଥିବା ଆଶ୍ରମ ମୁଖ୍ୟ ଜୀବନା ମୁକ୍ତା ନନ୍ଦ ପୁରୀ ମହାରାଜ କହିଛନ୍ତି । ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ସଂସ୍ଥାପକ ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବ୍ରହ୍ମଲୀନ ପରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିଛି ଓ ରହିବ ବୋଲି ସ୍ଵାମୀ ମୁକ୍ତା ନନ୍ଦ ପୁରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକଲ ଅଭିଯାନର ପ୍ରତିଷ୍ଠାତା ଓ ଅଭିଭାବକ ଶ୍ୟାମ ଜୀ ଗୁପ୍ତା, ଏକଲ ବିଦ୍ୟାଳୟର ସମ୍ଭାଗ ଉପସଭାପତି ପ୍ରିୟ ରଞ୍ଜନ ଚୌଧୁରୀ, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ କାଳନ୍ଦି ଚରଣ ପଣ୍ଡା, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଜିଲ୍ଲା ପ୍ରଚାର ପ୍ରମୁଖ ଟି. ଶିବ ପାତ୍ର, ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଶିବାଶିଷ ପଣ୍ଡା, ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ବିଜେପି ନେତା ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ରବୀନ୍ଦ୍ର ପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶାନ୍ତି ଶୃଙ୍ଖଳା ରଖିବା ପାଇ ଦୁଇ ଜଣ ଏସ୍‌ଆଇ, ତିନିଜଣ ଏଏସ୍‌ଆଇ ଓ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିବା ଥାନା ଅଧିକାରୀ ଆଶୁତୋଷ ଜେନା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.