oom

ଜନ ଭାରତ ରଙ୍ଗ ଅବସରରେ ସଚେତନ ହେମାର ନାଟକ ପରିବେଷଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଭାରତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ତଥା ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ଆନୁକୂଲ୍ୟରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ପଞ୍ଚପ୍ରାଣ ଉପରେ ଆଧାରିତ ନାଟକ ‘ନିଅ ଫେରିଆସେ ସୁନାର ଚଡେଇ’ ପ୍ରଦର୍ଶିତ ହୋଇଛି । ଭାରତ ରଙ୍ଗ ମହୋତ୍ସବର ପଚିଶ ବର୍ଷ ପୂର୍ତ୍ତି ଅବସରରେ ସମାଜରେ ନାଟକର ଭାଗିଦାରୀତାକୁ ବଖାଣିବା ସହିତ ବିକଶିତ ଭାରତ ପାଇଁ ପଞ୍ଚପ୍ରାଣର ଆବଶ୍ୟକ ବର୍ଣ୍ଣିତ ହୋଇଥିଲା । ଏହି ନାଟକକୁ ରାଜକୁମାର ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିନୟରେ ଥିଲେ କାର୍ତିକ ମହାନନ୍ଦ, ମହେନ୍ଦ୍ର ସାହୁ, ଜୟନ୍ତ ସାହୁ, ଚତୁର୍ଭୁଜ ସାହୁ, ଘନଶ୍ୟାମ ଭୋଇ, ଇନ୍ଦ୍ରମଣି ସାହୁ, ରସିକ ବରିହା, ନମିତା ସାହୁ, ଦିବ୍ୟରାଣୀ କଣ୍ଟା, ଜ୍ୟୋତି ସାହୁ, ଧରେନ୍ଦ୍ର କଣ୍ଟା, ସଂଜୀବ ସାହୁ, ମୁକେଶ ସାହୁ, ଆରାଧ୍ୟା ସାହୁ, ଆଦର୍ଶ ସାହୁ ଓ ମାନସୀ ସାହୁ । ଲାଦୁ ମହାନନ୍ଦ, ଧରେନ୍ଦ୍ର କଣ୍ଟା, କଳ୍ପ ସାହୁ, ଗିରିଶ ସାହୁ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ । ସର୍ବ ଭାରତୀୟ ସ୍ତରରେ ଦୁଇ ହଜାରରୁ ଅଧିକ ଅନୁଷ୍ଠାନ ଦ୍ୱାରା ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଢୋଲବନ୍ଧରେ ଏହା ଅନୁଷ୍ଠିତ ହୋଇଥିବାରୁ ସମସ୍ତେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟକୁ କୃତଜ୍ଞତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.