jayashree

ସମରେନ୍ଦ୍ରଙ୍କ ଯୁବ ସମ୍ବାଦ କାର୍ଯ୍ୟକ୍ରମ : ସାମିଲ ହେଲେ ୪ହଜାରରୁ ଅଧିକ ଯୁବକ ଯୁବତୀ

  • ଆମକୁ ଅନୁକମ୍ପା ନୁହେଁ ସ୍ୱାବଲମ୍ବୀ ହେବା ପାଇଁ ସୁଯୋଗ ଦରକାର : ସମରେନ୍ଦ୍ର
  • ସମାଜ ଓ ଶିକ୍ଷା ବ୍ୟବସ୍ଥାକୁ ଦୁଇ ଭାଗ କରିବା ଏ ସରକାରର ଏକ ବଡ ଶଡଯନ୍ତ୍ର
  • ନୂଆ ଓକୁ ନୂଆଁ ଜିରୋ ବୋଲି କଟାକ୍ଷ କଲେ ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମରେନ୍ଦ୍ରଙ୍କ ଯୁବ ସମ୍ବାଦ କାର୍ଯ୍ୟକ୍ରମରେ ସାମିଲ ହେଲେ ୪ହଜାରରୁ ଅଧିକ ଯୁବକ ଯୁବତୀ । ଏହି ଅବସରରେ ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ଆଜି ବହୁ ସଂଖ୍ୟାରେ ଏଠି ଯୁବକ ଓ ଯୁବତୀମାନେ ଆସିଛନ୍ତି । ଆଗାମୀ ନିର୍ବାଚନରେ ଏମାନଙ୍କର ଗୁରୁଦାୟିତ୍ୱ ଅଛି । ତା’ପୂର୍ବରୁ ସେମାନେ ସଚେତନ ହୋଇଯିବା ଦରକାର ଏଇ ୨୩ ବର୍ଷ ସରକାରରେ ଆପଣମାନେ ଜନ୍ମ ହୋଇ ଶିକ୍ଷା ସମାପ୍ତ କରିବା ଉପରେ କିନ୍ତୁ ଦୁଃଖର କଥା ଏହି ଦୀର୍ଘ ସମୟର ସରକାର ଆପଣମାନେ ଯେପରି ସ୍ୱାବଳମ୍ବୀ ହୋଇପାରିବେ ସେ ଦିଗରେ କୌଣସି ପଦକ୍ଷେପ ନେଇପାରି ନାହିଁ । ନା ଆପଣମାନଙ୍କ ପାଇଁ ଉଚ୍ଚତର ଶିକ୍ଷା ପାଇଁ କିଛି ଅନୁଷ୍ଠାନ ଅଛି ନା ଏଠି ପାଠପଢିସାରିଲା ପରେ ରୋଜଗାର ପାଇଁ କିଛି କଳ କାରଖାନା ଅଛି । ଯଦି ଅଛି ତ ଏହି ସରକାର ର କେବଳ ଅନୁକମ୍ପା ରାଶି । ୫ ବର୍ଷରେ ଥରେ ଛାତ୍ର ଯୁବକ କୃଷକ ଶ୍ରମିକ ମହିଳାମାନଙ୍କୁ ଗୋଟିଏ ଥର ଅନୁକମ୍ପା ରାଶି ଦେଇ ଭୋଟ ହତେଇବା କୌଶଳ ଶିଖିଛି ଏହି ସରକାର । ଏହି ଷଡଯନ୍ତ୍ରକୁ ଯୁବକ ଯୁବତୀମାନେ ସଚେତନତାର ସହିତ ବୁଝି ଆଗାମୀ ଦିନରେ ତାର ଉଚିତ ଜବାବ ଦିଅନ୍ତୁ ବୋଲି ସ୍ଥାନୀୟ ହୋଟେଲ ସେଲିବ୍ରେସନ ପାଖ ପଡିଆରେ ସମରେନ୍ଦ୍ରଙ୍କ ଯୁବ ସମ୍ବାଦ କାର୍ଯ୍ୟକ୍ରମରେ ଯୁବ ନେତା ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ଉପସ୍ଥିତ ଯୁବକ ଯୁବତିମାନଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସରକାର ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଗରିବ ଓ ଧନୀ ବର୍ଗ ଭିତରେ ଭାଗ କରିବା ଏକ ବିରାଟ ଷଡଯନ୍ତ୍ର । ୫ଟଙ୍କିଆ ଖାଦ୍ୟ, ୫ଟଙ୍କିଆ ବସ ଟିକେଟ ଏବଂ ୫ଟି ପ୍ରଲୋଭନ ଏହି ସରକାରର ଏକ ବଡ ଚକ୍ରାନ୍ତ ଅଟେ । ଯୁବକ ଯୁବତୀମାନେ ଏଥିରେ ଭାସିଯିବା ଦରକାର ନୁହେଁ । ଅନୁକମ୍ପା ରାଶି ବିନା ଯଦି ଆମେ ନିଜ ବାପା ମାଙ୍କୁ ନିଜେ ଆୟ କରିଥିବା ଟଙ୍କାରେ ତିର୍ଥଯାତ୍ରା କରାଇ ପାରିବା ତେବେ ଏହା ଆମ ପାଇଁ ଏକ ବଡ ଉପଲବ୍ଧି ଓ ଗର୍ବର ବିଷୟ ହେବ ବୋଲି ସମରେନ୍ଦ୍ର କହିଛନ୍ତି । ସେ ନିଜ ବକ୍ତବ୍ୟରେ ‘ନୂଅ।। ଓ’କୁ ‘ନୂଆ ଜିରୋ’ ଆଖ୍ୟା ଦେଇ କହିଛନ୍ତି ଯେ, ୨୩ ବର୍ଷର ଶାସନରେ ରାଜ୍ୟ ଛାତ୍ର, ଯୁବକ, କୃଷକ, ଶ୍ରମିକ, ମହିଳା ସମସ୍ତଙ୍କ ଭବିଷ୍ୟତ ଅନ୍ଧାର କରି ସାରିବା ପରେ ନୂଆ ଓ ନାଁରେ ଏମାନେ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନିଶ୍ଚିତ ଭାବରେ ଏ ଅଂଚଳର ଲୋକେ ବରଖାସ୍ତ କରିବେ । ସ୍ଥାନୀୟ ସମସ୍ୟା ଆଲୋଚନା ବେଳେ ସେ କହିଥିଲେ ଯେ, ବଲାଙ୍ଗିରରେ ପର୍ଯ୍ୟଟକ ରାଜନେତାମାନଙ୍କର ଭୁଆଁବୁଲା କଥାକୁ ଆଉ ଲୋକେ ବିଶ୍ୱାସ କରୁନାହାନ୍ତି କାରଣ ଏମାନେ ପର୍ଯ୍ୟଟନମନ୍ତ୍ରୀ ଥିଲା ବେଳେ ଭୀମ ଡୁଙ୍ଗୁରି କେଉଁଠି ଅଛି ଜାଣି ନଥିଲେ, ପୁର୍ତ୍ତ ମନ୍ତ୍ରୀ ବିଭାଗ ଥିବା ବେଳେ ବଲାଙ୍ଗିରର ରାସ୍ତାଘାଟ ଦେଖିଲେ ବଲାଙ୍ଗିର ଏକ ଗାଉଁଳି ଗାଁ ଭଳିଆ ଲାଗୁଥିଲା । ଖଣିମନ୍ତ୍ରୀ ଥିଲା ବେଳେ ଟଙ୍କାଟିଏ ବି ଖଣିଜ ଅନୁଦାନ ବଲାଙ୍ଗିରକୁ ଆଣିବାରେ ବିଫଳ ହୋଇଥିଲେ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଥିବା ବେଳେ ବଲାଙ୍ଗିର ପାଇଁ କୌଣସି ଗୋଟିଏ ବି ଯୋଜନା ଆଣି ପାରିଲେ ନାହିଁ ଓଲଟା ତାଙ୍କ ମନ୍ତ୍ରୀତ୍ୱ କାଳରେ ଆରମ୍ଭ ହୋଇଥିବା ଷ୍ଟଡିୟମ ଆଜି ପର୍ଯ୍ୟନ୍ତ ଅଧୁରା ହୋଇରହିଛି । ଏତେ କ୍ଷମତା ସତ୍ୱେ ବଲାଙ୍ଗିର ପାଇଁ ଏମାନେ କିଛି ବି କରିବାରେ ବିଫଳ ହେଲେ କାହିଁକି? ବିଫଳ ଏଥିପାଇଁ ହେଲେ କାରଣ ବଲାଙ୍ଗିର ପ୍ରତି ଏମାନଙ୍କର ଆନ୍ତରିକତା ନାହିଁ । ଏମାନେ ବଲାଙ୍ଗିରିଆ ନୁହଁନ୍ତି ତେଣୁ ଆଗାମୀ ଦିନରେ ଏ ଅଂଚଳର ପ୍ରତ୍ୟେକ ଯୁବକ ଯୁବତୀ ଗୋଟିଏ ଗୋଟିଏ ପକ୍କା ବଲାଙ୍ଗିରିଆ ମନୋବୃତ୍ତିରେ କାମ କରନ୍ତୁ ବୋଲି ସେ ଆହ୍ୱାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଆଗାମୀ ବଲାଙ୍ଗିରକୁ ନେଇ ସମରେନ୍ଦ୍ରଙ୍କ ସ୍ୱପ୍ନ କଣ ଅଛି ସେ ଉପରେ ଉପସ୍ଥିତ ଯୁବକ ଯୁବତୀମାନେ ସମରେନ୍ଦ୍ରଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ଫିଲ୍ମ ଅଭିନେତା ତଥା କଂଗ୍ରେସ ନେତା ମନୋଜ ମିଶ୍ର ଯୁବକ ଯୁବତୀମାନଙ୍କୁ ନିଜ ଜିବନରେ ସାମ୍ନା କରିଥିବା ସଂଘର୍ଷ ଓ ସେ ସଂଘର୍ଷରୁ କିପରି ସଫଳତା ଅଣାଯାଇପାରେ ସେ ଉପରେ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.