jayashree

ମା’ ମାଳତୀଙ୍କ ଶାଢୀରେ ଝୁଲି ପଡିଲେ ପୁଅ ଦ୍ରୋଣ

ବେଲପଡ଼ା, (କେପିଏନ୍‌ଏସ୍‌) ଡକାଡକି ହୋଇ ଚାଲିଗଲେ ପରିବାରର ୫ଜଣ । ପରିବାରର ୫ ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ ୧୯ ବର୍ଷୀୟ ପୁଅ ଦ୍ରୋଣ ମହାକୁଡ଼ । ପରିବାର ସଦସ୍ୟଙ୍କୁ ହରାଇବାର ଦୁଃଖ ସହିନପାରି ଶେଷରେ ନିଜ ମା’ଙ୍କ ଶାଢୀରେ ଝୁଲିପଡିଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ କାନୁଟ୍ ଗାଁରେ । ଏହି ଘଟଣା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ସକାଳେ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଥାଉକି, ପାଟଣାଗଡ଼ ବେଲପଡା ଥାନା କାନୁଟଗାଁରେ ଗତ ୧୦ ତାରିଖରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଘଟଣାରେ ମୋଟ ୬ ଜଣ ଗୁରୁତର ହୋଇଥିବା ବେଳେ ୧୨ ତାରିଖରେ ରାଉରକେଲାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଶୁକ୍ରବାର ପୁଣି ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶେଷରେ ଶନିବାର ଦିନ ୧୯ ବର୍ଷୀୟ ପୁଅ ଆତ୍ମହତ୍ୟା କରିଛି । ମା’ର ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ମୃତ ମା’ ମାଳତୀ ମହାକୁଡଙ୍କର ଶାଢୀରେ ଝୁଲି ପଡିଛି ପୁଅ ଦ୍ରୋଣ ମହାକୁଡ ।

Leave A Reply

Your email address will not be published.