ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିରରେ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ଦେଖିବାକୁ ମିଳିଛି । ଏଥିରେ ସହରର ଦୋକାନ ବଜାର ଠପ୍ ହୋଇଯାଇଥିବା ଦୃଷ୍ଟିଗୋଚର ହେଉଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି, କୃଷି ବିରୋଧୀ ନୀତି ପ୍ରତିବାଦରେ ଆଜି ଏଆଇଟିୟୁସି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ବିଶେଷ ପ୍ରଭାବ ବଲାଙ୍ଗିରରେ ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇ ବନ୍ଦ ପାଳନରେ ଅଣ୍ଟା ଭିଡିଛି । ଆଜି ସକାଳୁ ଆନ୍ଦୋଳନକାରୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିବା ଜଣାପଡିଛି । ଜରୁରୀକାଳୀନ ସେବାକୁ ବାଦ୍ ଦେଇ ଦୋକାନ, ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ କରାଯାଉଥିବା ସୂଚନା ରହିଛି । ତେବେ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି ।