ବଲାଙ୍ଗିର, (କେପିଏନ୍ଏସ୍) : ଆଗଲପୁର (ଡୁୁଡୁୁକା) ବ୍ଲକର ବଡ଼ଟିକା ଗ୍ରାମପଞ୍ଚାୟତର ସଭାଗୃହଠାରେ ସରପଞ୍ଚ ଉଦେନଥ ନାଏକଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବାଡ଼ଟିକା ଗ୍ରାମପଞ୍ଚାୟତରେ ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ, ଶିକ୍ଷା, ପୃଷ୍ଟିକର ଖାଦ୍ୟ ତଥା ପ୍ରତ୍ୟେକ ଶିଶୁ ନିମନ୍ତେ ଏକ ସୁସ୍ଥ ଓ ନିରାପଦ ଶୈଶବ ସୁନିଶ୍ଚିତ କରିବା ଓ ଶିଶୁମାନଙ୍କର ସବୁ ପ୍ରକାର ଅଭିବୃଦ୍ଧି ନିମନ୍ତେ ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଆଗତ କରାଗଲା । ଭାରତ ସରକାରଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟରୁ ‘ମିଶନ ବାତ୍ସଲ୍ୟ’ ମାର୍ଗଦର୍ଶିକାର ୨.୧୨(ଖ) ପ୍ରଦତ୍ତ ଅନୁସାରେ ଗ୍ରାମପଞ୍ଚାୟତରେ ଶିଶୁ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ସହାୟତା ଯୋଜନା (ଜିପିଡ଼ିପି) ବ୍ୟବସ୍ଥାରେ ଅନର୍ଭୁକ୍ତ କରିବାକୁ ବ୍ୟବସ୍ଥା ଅଛି । ତେଣୁ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କାର୍ଯ୍ୟକୁ ପଞ୍ଚାୟତସ୍ତରରୁ ସମର୍ଥିତ ଓ ମଜବୁତ କରି ସୁନିଶ୍ଚିତ କରିବାକୁ ଆବଶ୍ୟକ ଥିବାରୁ ବଡଟିକା ଗ୍ରାମପଞ୍ଚାୟତ ନିଜସ୍ୱ ରାଜସ୍ୱ ଉତ୍ସରୁ ଗ୍ରାମପଞ୍ଚାୟତରୁ ବାର୍ଷିକ ୫% ଯାହା ଶିଶୁ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଗ୍ରାମସଭାରେ ଅନୁମୋଦନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ଗ୍ରାମସଭାରେ ଶିଶୁମାନଙ୍କ ପାଇଁ ପ୍ରସ୍ତାବ ରଖିବାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଉପସ୍ଥିତ ରହି ପରାମର୍ଶ ପ୍ରଦାନ କରିଥିଲେ । ଏହି ଅଂଚଳରେ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାରର ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ପିଣ୍ଟୁ ପଧାନ, ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ପାତ୍ର, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଧାନ, ଗାଁ ସାଥି ଆନନ୍ଦ ପଧାନ ଓ ସ୍ୱୟଂ ସହାୟକ ଗୋଷ୍ଠୀର ଭ୍ୟାମାନେ ଅଂଶଗ୍ରହଣ କରିଥିଲେ ।
Prev Post