ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ଶ୍ରେଣୀ ଛାତ୍ରୀଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରକ୍ରିୟା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଗତ ୩ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଯୁକ୍ତଦୁଇ ପ୍ରଥମ ବର୍ଷର ବହୁ ସଂଖ୍ୟକ ଛାତ୍ରୀମାନେ ଭାଗ ନେଇଥିଲେ । ଏହି ଅବସରରେ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ମାଷ୍ଟର ଟ୍ରେନର ଭାବରେ ଟି. ସରସ୍ୱତୀ ଓ ସଙ୍ଗୀତା କୁମାରୀ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମର ନିରୀକ୍ଷଣ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମରେ ସଂଯୋଜିକା ଡ. ଆରତୀ କୁମାରୀ ପଣ୍ଡା, ଡ. ଶାନ୍ତିଲତା ବେହେରା, ଡ. ମିଲିମିତା ପାଢ଼ୀ, ଶ୍ରୀମତୀ ଦୁର୍ଗାବାଳା ଟୁଡୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.