ବିଶ୍ୱ କର୍କଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ଵରେ କର୍କଟ ରୋଗ ହେଉଛି ମୃତ୍ୟୁହାରର ଏକ ପ୍ରମୁଖ କାରଣ । ପ୍ରାୟ ୧୯ ନିୟୁତ ନୂତନ ରୋଗ ଏବଂ ପ୍ରତିବର୍ଷ ପ୍ରାୟ ୧୦ ନିୟୁତ କର୍କଟ ଜନିତ ମୃତ୍ୟୁ (ଗ୍ଲୋବୋକାନ୍ ୨୦୨୦) ଘଟିଥାଏ । ବିଶ୍ଵରେ ୬୦%ରୁ ଅଧିକ ନିମ୍ନ ଏବଂ ମଧ୍ୟମ ଆୟ ଦେଶରେ କର୍କଟ ରୋଗ ଘଟିଥାଏ । ଯାହା ବିଶ୍ଵ କର୍କଟ ମୃତ୍ୟୁହାରର ୭୦% ଅଟେ । ଫଳ ସ୍ୱରୂପ, ବଢୁଥିବା କର୍କଟ ରୋଗ ସମ୍ବଳ ଅଭାବ ଥିବା ଅନେକ ଦେଶର ଅର୍ଥନୈତିକ ସ୍ଥିତି ଉପରେ ଅଧିକ ଚାପ ସୃଷ୍ଟି କରିଥାଏ । କର୍କଟ ହେଉଛି ଏଭଳି ଏକ ଅବସ୍ଥା ଯେତେବେଳେ ଶରୀରର କିଛି କୋଷ ହଠାତ୍‌ ଅସ୍ୱାଭାବିକ ହୋଇ ଅନିୟନ୍ତ୍ରିତ ଭାବରେ ଦୃତ ଗତିରେ ବିଭାଜିତ ହୃଅନ୍ତି ଏବଂ ନଷ୍ଟ ହୁଅନ୍ତି । ଶରୀର କୋଷ ଓ ତନ୍ତୁରେ ଅସ୍ୱାଭାବିକ ପରିବର୍ତ୍ତନ ହୁଏ ଏବଂ ହାନୀ ଘଟେ । ସ୍ତନ କର୍କଟ, ଫୁସଫୁସ କର୍କଟ, ପ୍ରୋଷ୍ଟେଟ କର୍କଟ, କଲୋରେକ୍ଟାଲ୍ କର୍କଟ, ରକ୍ତ କର୍କଟ ହେଉଛି କେତେକ ସାଧାରଣ ପ୍ରକାରର କର୍କଟ ରୋଗ । ୨୦୨୨-୨୪ ଅବଧି ପାଇଁ ବିଷୟବସ୍ତୁ ହେଉଛି “କର୍କଟ ରୋଗ ଚିକିତ୍ସାରେ ଦେଖାଦେଇଥିବା ଅବକାଶକୁ ବନ୍ଦ କରନ୍ତୁ । ସମସ୍ତେ କର୍କଟ ଚିକିତ୍ସା ଉପଲବ୍ଧ ପାଇଁ ଯୋଗ୍ୟ ଅଟନ୍ତି।” କର୍କଟ ରୋଗ ବିରୋଧରେ ଲଢିବା ପାଇଁ ବିଶ୍ୱ ସହଯୋଗର ଆବଶ୍ୟକତା ଅବଶ୍ୟମ୍ଭାବୀ । ଉନ୍ନତ ଚିକିତ୍ସା ଗବେଷଣାର ଚମତ୍କାରିତା ଯୋଗୁଁ ଆଜି କର୍କଟ ରୋଗ ଉପଶମ ହୋଇପାରୁଛି ଏବଂ ଏହି ଭୟଙ୍କର ରୋଗରୁ ମୁକ୍ତି ପାଇ ଅନେକ ଲୋକ ସାଧାରଣ ଜୀବନ ବିତାଉଛନ୍ତି ।

jittmm
Leave A Reply

Your email address will not be published.