oom

ବଲାଙ୍ଗିରରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ମାସ (୩ ତାରିଖରୁ ୫ ତାରିଖ) ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ଵର ସ୍ଥିତ ଜନତା ମଇଦାନଠାରେ ଆୟୋଜିତ ହେଉଅଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ । ଏହି ବିଶ୍ଵସ୍ତରୀୟ ସମ୍ମିଳନୀକୁ ଏକ ଐତିହାସିକ ଦିନ ଭାବେ ସ୍ମରଣୀୟ କରିବା ପାଇଁ ତା.୦୩.୦୨.୨୦୨୪ ରିଖ ଦିନ ୧୧ଟାରେ ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଏକକାଳୀନ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅପିଲ କରାଯାଇଥିଲା । ଏହି ପରିପେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ ବୈଠକ ଗୃହଠାରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ପଦାଧିକାରୀ, କର୍ମଚାରୀ ବୃନ୍ଦ ସମୂହ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ମହେନ୍ଦ୍ର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଭାବେ ଟିଟିଲାଗଡ଼ ଉପଖଣ୍ଡରେ ମଧ୍ୟ ଏକକାଳୀନ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ, ଡେପୁଟି କଲେକ୍ଟର ଅଭିନାଶ ଲାକ୍ରା, ସହକାରୀ ଜିଲ୍ଲାପାଳ ଚନ୍ଦ୍ର ପ୍ରସାଦ ଦେହୁରି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଟିଟିଲାଗଡ଼ ଆକାଶ ପଣ୍ଡା ତଥା ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.