ବଲାଙ୍ଗିର ପବ୍ଲିକ ସ୍କୁଲର ୩୯ତମ ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲର ୩୯ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ବିଧାୟକ ତଥା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଅଖିଳ ହୋତା ଯୋଗଦେଇ ମଣିଷ ଜୀବନରେ ଶିକ୍ଷାର ମହତ୍ତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡ.ପ୍ରହ୍ଲାଦ ଶତପଥି ଯୋଗଦେଇ ଶିଶୁମାନଙ୍କର ଉନ୍ନତି କାମନା କରିଥିଲେ । ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସ୍କୁଲର ଅଧ୍ୟକ୍ଷ ସତିଶ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା କମିଟିର ସଂପାଦକ ଗୋପାଳ କୃଷ୍ଣ ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ, ସଭ୍ୟ ବାଦଲ ମହାକୁର, ଶିରିଶ ଚନ୍ଦ୍ର ହୋତା ଓ ସଞ୍ଜିବ ସାହୁ ମଞ୍ଚାସୀନ ଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକ ସଭା ସଂଯୋଜନା କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ଆଲାମ ନାୟକ ବର୍ଷ ୨୦୨୩ ପାଇଁ ଓଡି଼ିଶା ପ୍ରାଶାସନିକ ସେବାରେ ୧୨୫ତମ ସ୍ଥାନରେ ସଫଳତା ଯୋଗୁଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ୍ ସେହିପରି ଶିକ୍ଷାବର୍ଷ ୨୦୨୩ ପାଇଁ ବିଦ୍ୟାଳୟର ଛାତ୍ରୀ ପ୍ରତିକ୍ଷା ସାମଲଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବରେ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭାଶେଷରେ ଉପାଧ୍ୟକ୍ଷ ଦୀପକ ବରାଲ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.