ମୁରିବାହାଲ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଉତ୍ସବ ଓ ଯୁବକ ସଂଘର ୨୦ତମ ଜୟନ୍ତୀ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଉତ୍ସବ ତଥା ଯୁବକ ସଂଘର ୨୦ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଯାଦବ ଭବନରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ସଭାପତି ସୁଧାଂଶୁ ପୋଡ଼ ଯାଦବଙ୍କ ଅଧ୍ୟକ୍ଷତାରେ ତଥା ଯୁବ କବି ଓ ଶିକ୍ଷକ ଲିଳୁ ମୋହନ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳ ମୁଖ୍ୟ ଅତିଥି, ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ଶିକ୍ଷାବିଦ୍‌ ତଥା ପ୍ରଧାନ ଶିକ୍ଷକ ଭଗତ ନାଗ, ଶ୍ରୀରାମ ସେନା ପ୍ରମୁଖ ରାଜୀବ କୁମାର ମହାନ୍ତି, ବରିଷ୍ଠ ଖେଳ ଶିକ୍ଷକ ଶ୍ରୀପତି ଷାଣ୍ଢ, ସାଂସଦ ପ୍ରତିନିଧି ତଥା ସଂଘ ଉପଦେଷ୍ଟା ଶ୍ରୀବତ୍ସ ବେହେରା, ସାମ୍ବାଦିକ ସୁବ୍ରତ ମହାକୁର, ସଂଘ ସାଧାରଣ ସମ୍ପାଦକ ଦିବ୍ୟସୁନ୍ଦର ସାହୁ ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ଭାବେ ମୁରିବାହାଲ ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ ପ୍ରମୁଖ ଯୋଗଦେଇ ସ୍ୱାମୀଜୀଙ୍କ ଗୁଣାବଳୀ ସମ୍ପର୍କରେ ମତବ୍ୟକ୍ତ କରି ବର୍ତ୍ତମାନର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ସଂଘର ପୂର୍ବତନ ସମ୍ପାଦକ ତରୁଣ ପୋଢ଼ ବାର୍ଷିକ ବିବରଣୀ ପଠନ କରି ଯୁବକ ସଂଘର ଏକ ସ୍ଥାୟୀଗୃହ ପାଇଁ ଜମି ଚିହ୍ନଟ କରି ଯୋଗାଇ ଦେବାକୁ ମୁଖ୍ୟ ଅତିଥି ତହସିଲଦାରଙ୍କୁ ଅନୁରୋଧ କରିଥିଲେ । ତହସିଲଦାର ନିଜ ବକ୍ତବ୍ୟରେ ଯୁବକ ସଂଘର ଦାବୀ ପରେ ସମସ୍ତ କାର୍ଯ୍ୟାବଳୀ ଅନୁଧ୍ୟାନ ସହ ସଂଘ ନିମନ୍ତେ ଏକ ସ୍ଥାୟୀ ଜାଗା ଚିହ୍ନଟ ପାଇଁ ବିଚାର କରାଯିବ ବୋଲି ସଂଘକୁ ନିଶ୍ଚିତ ପ୍ରତିଶୃତି ଦେଇଥିଲେ । ପୂର୍ବରୁ ବିବେକାନନ୍ଦ ଛକରେ ସ୍ୱାମୀଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଆୟୋଜକ ମୁରିବାହାଲ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘର ସୁଦାମ ସାହୁ, ଆଶୀର୍ବାଦ ଜେନା, ପ୍ରେମାନନ୍ଦ ମାଝୀ, ଲକ୍ଷ୍ମୀ ଧରୁଆ, ପଦ୍ମଲୋଚନ ସାହୁ, କୁନ୍ତ ପୋଡ, ରମାରଂଜନ ପାତ୍ର, ପବିତ୍ର ସାହୁ, ରିତିକ ସାହୁ, ଆକାଶ ମହାକୁର, ବାବୁଲି ରାଉତ, ଶୁଭମ ସାହୁ, ଅନୀଲ ଶର୍ମା, ସୁଦର୍ଶନ ଖର୍ସେଲ, ମନୋଜ କର, କେଦାର ବଡ଼ଜେନା, ଚିନ୍ତାମଣି ମହାରଣା, ଭରତ ଦାସ, ନେପାଳ ସାହୁ, କରନ ଜାଲ, ଦୁର୍ଯ୍ୟୋଧନ ନାଗ, ଅଜିତ ବାଗ, ରାମକୃଷ୍ଣ ଆଡଯୁଆଡ, ବିରଞ୍ଚି ଭୋଇ, ମଧୂସୁଦନ ନାଗ, ଦୀପକ ହାତୀ, ସୁବାସ କେତକି, ଶିବା ରାଉତ, ବୀରେନ୍ଦ୍ର ଚନ୍ଦନ, ସମ୍ପଦ ଆଚାରି, ଉପିନ ଚନ୍ଦନ, ଦୀନେଶ ମହାକୁର, ହେମରାଜ ଚନ୍ଦନ, ଗୁଡୁ ତାଣ୍ଡି, ଶଙ୍କର ଆଡଯୁଆଡ, ଉଦୟ ସାହୁ, ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ସାମ୍ୱାଦିକ ତରଣୀସେନ ମେହେର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.