ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରୟୋଜିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହାକୁ ପରିଚାଳନା କମିଟିର ସଦସ୍ୟ ଚିତ୍ରସେନ ବଗର୍ତ୍ତୀ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟିତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଜଗନ୍ନାଥ ଭଜନ, କବିତା ପଠନ, ପ୍ରବନ୍ଧ ଲିଖନ, ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଗୋବିନ୍ଦ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜର ଅଧ୍ୟାପକ ଶାନ୍ତନୁ କୁମାର ପାତ୍ର, ହିମାଂଶୁ ଶେଖର ବାରିକ, ପ୍ରମୋଦ ବରାଡ, ବାସୁଦେବ ମଲ୍ଲିକ, ଜ୍ୟୋତିର୍ମୟ ତ୍ରିପାଠୀ, ମାନିନୀ ଭୋଇ, ନିକିତା ଥପା, ନିବେଦିତା ପଧାନ ଓ କଲେଜର ଅନ୍ୟାନ୍ୟ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।