ସେଞ୍ଚୁରିଅନ ବିଦ୍ୟାଳୟରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଗଣତନ୍ତ୍ର ହେଉଛି ପୃଥିବୀର ସର୍ବ ବୃହତ ଗଣତନ୍ତ୍ର । ଏଠାରେ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି । ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବ୍ୟବସ୍ଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ୟୁଥ ପାର୍ଲିଆମେଣ୍ଟର ପରିକଳ୍ପନା କରିଥିଲେ ଏବଂ ଆଜି ଏହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ଓଟିଭିର ପଶ୍ଚିମ ଓଡିଶା ମୁଖ୍ୟ ମନୋରଞ୍ଜନ ଯୋଶୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଶ୍ରୀଯୁକ୍ତ ଯୋଶୀ ଗଣତାନ୍ତ୍ରିକ ମୂଲ୍ୟବୋଧର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମାପିତ ହୋଇଥିଲା । ଶ୍ରୀଯୁକ୍ତ ଷଡ଼ଙ୍ଗୀ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରର ପାର୍ଲିଆମେଣ୍ଟ ବା ସଂସଦର ଭୂମିକା ସମ୍ପର୍କରର ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମଟି ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ୟତୋୟା ବିଶ୍ୱାଳଙ୍କ ସଫଳ ପରିଚାଳନା ଦ୍ୱାରା ସମ୍ପାଦିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ସିଏଚ୍‌ଏସ୍‌ଇ ( ବିଜ୍ଞାନ)ର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡତ୍ୟା ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରାୟ ୬୦ରୁ ଅଧିକ ଛାତ୍ରଛାତ୍ରୀ ସପ୍ତମ ଶ୍ରେଣୀରୁ ଏକାଦଶ ଶ୍ରେଣୀ (ଉଭୟ କଳା ଓ ବିଜ୍ଞାନ)ର ଭାଗ ନେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ଶାସକ ଦଳ ଓ ବିପକ୍ଷ ପରି ଦୁଇ ଦଳରେ ବିଭକ୍ତ ହୋଇଥିଲା । ସଂସଦର ଆଲୋଚନାର ମୁଖ୍ୟ ବିଷୟ ଗୁଡିକ ଥିଲା ଚାଷୀ ଆତ୍ମହତ୍ୟା, ନୂତନ ଶିକ୍ଷା ନୀତି, ଭାରତର ଭିତ୍ତିଭୂମିର ବିକାଶ (ସଡ଼କ, ଗମନାଗମନ ଓ ପରିଵହନ ବ୍ୟବସ୍ଥା) ଯାହା ଦର୍ଶକଙ୍କ ଦ୍ୱାରା ଖୁବ ପ୍ରଶଂସିତ ହୋଇଥିଲା । ଛାତ୍ରଛାତ୍ରୀଙ୍କର ଚିତ୍ତାକର୍ଷକ ସଂଳାପ ଓ ନେତୃତ୍ୱର ଭୂମିକା ସମସ୍ତଙ୍କୁ ଆକର୍ଷିତ କରିଥଲା । ଅନୁଷ୍ଠାନର ୟୁଥ ପାର୍ଲିଆମେଣ୍ଟ ପରି ଅଭିନବ ପ୍ରୟାସକୁ ସହରର ସବୁ ବର୍ଗର ଲୋକ ସ୍ୱାଗତ କରିଛନ୍ତି ଓ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.