ରାଜଧାନୀରୁ ହେଲା ସିରିଜ୍‌ ଲୁଟ୍‌

ବାରଙ୍ଗ : ରାଜଧାନୀରୁ ପୁଣି ହେଲା ସିରିଜ୍‌ ଲୁଟ୍‌ । ଏଥର ଲୁଟ୍‌ର ଟାର୍ଗେଟ ହେଲା ଆପର୍ଟମେଣ୍ଟ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ । ଖବର ଅନୁଯାୟୀ, ଭୁବନେଶ୍ୱର ସ୍ପେସ୍‌ ଟାଉନ୍‌ ଆପାର୍ଟମେଣ୍ଟର ୫ଟି ବ୍ଲକରୁ ହୋଇଛି ଲୁଟ୍‌ । ତାଲା ଏବଂ କବାଟ ଭାଙ୍ଗି ଲୁଟେରା ଲୁଟି ନେଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ଏହି ଘଟଣା ପରେ ପୁରା ଆତଙ୍କରେ ଆପାର୍ଟମେଣ୍ଟ ବାସିନ୍ଦା । ସେପଟେ ଲୁଟ୍‌ ନେଇ ସ୍ଥାନୀୟ ଥାନା ଏବଂ ପିସିଆର୍‌କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପିସିଆର୍‌ ଏବଂ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭିକୁ ବି ଯାଞ୍ଚ କରୁଛି ପୋଲିସ ।

Leave A Reply

Your email address will not be published.