ଡିସେମ୍ବର ୧୬ରୁ ରାତି ୨ଟାରୁ ଫିଟା ଯିବ ଶ୍ରୀମନ୍ଦିର ଦ୍ୱାର

ପୁରୀ : ଡିସେମ୍ବର ୧୬ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଡିସେମ୍ବର ୩୧ ରବିବାର ପଡୁଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାତ୍ରପହୁଡ ଓ ଦିନ ପହୁଡ କରାଯିବ କି ନାହିଁ ସେହି ସମୟରେ ନିତିକାନ୍ତିକୁ ଦେଖି ନିଷ୍ପତ୍ତି ନିଆଯିବ । ଜାନୁୟାରୀ ୧୫ ଓ ଜାନୁୟାରୀ ୨୫ରେ ଦେବାଭିଷେକ ନିତି ନିର୍ଘଣ୍ଟ ସ୍ଥିର କରାଯାଇଛି । ଅନ୍ୟପକ୍ଷରେ ନୂଆବର୍ଷରୁ ଶ୍ରୀମନ୍ଦିରରେ ପୋଷାକ ଓ ପାନଗୁଟୁକା ଉପରେ କଟକଣା କଡାକଡି କରାଯିବ ।

Leave A Reply

Your email address will not be published.