csstore

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସପ୍ତାହ ବ୍ୟାପି ହେବାକୁ ଥିବା ନୁଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ନଭେମ୍ବର ୨୮ ତାରିଖରୁ ଆସନ୍ତା ଡିସେମ୍ବର ୧୮ ତାରିଖ ଯାଏ ଏହି କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ଗୁରୁ ଏହି କାର୍ଯ୍ୟକ୍ରମଟିକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ୪୦୦ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ଶ୍ରୀରାମ ମନ୍ଦିରରୁ ଏକ ମଶାଳ ଶୋଭାଯାତ୍ରା ଆଣି ବିଦ୍ୟାଳୟରେ ସ୍ଥାପନ କରାଯାଇଛି । ଓଡିଶା ସରକାରଙ୍କ ଏହି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତ୍ୟେକ ଯୁବତୀ ଯୁବକ ବିଭିନ୍ନ ସ୍କୁଲ କଲେଜରେ କ୍ରିଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ଭାଗିଦାର ହେବେ । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ନୋଡାଲ ଅଫିସର ଅଧ୍ୟାପକ ଭାସ୍କର ମେହେର, ଅଧ୍ୟାପକ ବଳରାଜ ସିଂ ଦେଓ, ଅଧ୍ୟାପିକା ସଂଜିବନି ସୁଧା ରଥ, ଅଧ୍ୟାପକ ରମେଶ ଚନ୍ଦ୍ର ପୂଜାହାରି, ଅଧ୍ୟାପକ ଦେବେନ୍ଦ୍ର କୁମାର ପଣ୍ଡା, ଅଧ୍ୟାପିକା ଡଃ ସସ୍ମିତା ପଟ୍ଟନାୟକ, ଅଧ୍ୟାପିକା ଡଃ ମିଲି କର, ଅଧ୍ୟାପିକା ଅନିତା ମହାନ୍ତି, ଅଧ୍ୟାପକ ମଞ୍ଜେଓ ସୁନା, ଅଧ୍ୟାପକ ଦେବଦତ ସୁନାନି, କିରାଣୀ ପିଙ୍କି ନାଗ ସହ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.