ପୁଇଁନ୍ତଳା ବ୍ଲକ କଂଗ୍ରେସର ସାଙ୍ଗଠାନିକ ବୈଠକ

ପୁଇଁନ୍ତଲା: (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟୀ ପକ୍ଷରୁ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ ପୁନଃଗଠନ ସମ୍ବନ୍ଧୀୟ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରଥମେ ବିଶ୍ୱମାରୀ କରୋନାରେ ପୁଇଁନ୍ତଲା କଂଗ୍ରେସର ଛାମୁଆ ସଙ୍ଗଠକ ଦିବଙ୍ଗତ ୰ପ୍ରେମାନନ୍ଦ ସାଏ, ୰ସତ୍ୟ କଲତା, ୰ମାନ ଡାଙ୍ଗଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସାଙ୍ଗଠାନିକ ସଭାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଯୋଗ ଦେବା ସହ ପୁନଃଗଠନ ସମ୍ବନ୍ଧୀୟ ନିୟମାବଳୀ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସଂଗେ ସଂଗେ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ କରିବା ସହ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ରାଜ୍ୟ କଂଗ୍ରେସର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ମାରଣା ନୀତି ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ କୃଷକ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ମତବ୍ୟକ୍ତ କରିଥିଲେ । ଜିଲ୍ଲା କଂଗ୍ରେସ କମିଟୀ ସଭାପତି ଦିଲୀପ ବେହେରା, ନାରୀ ନେତ୍ରୀ ମିଲନୀ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ହୃଦାନନ୍ଦ ଭୋଇ, ବିଶିଷ୍ଟ ଦଳିତ ନେତା ଓମ୍‌ ପ୍ରକାଶ କୁମ୍ଭାର, ସତ୍ୟାନନ୍ଦ ସୁନା, ବରିଷ୍ଠ କଂଗ୍ରେସ ନେତା ସୁଶାନ୍ତ ଷଡଙ୍ଗୀ, ଫଜୁଲୁଦ୍ଦିନ ଖାନ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସରୋଜ ପଧାନ, ବ୍ରଜ କିଶୋର ମେର୍ଲି, ହରିନନ୍ଦ, ଫକୀର କଲତା, ସୁବୋଧ କର୍ମି, ହିମାଂଶ ନନ୍ଦ, ଶ୍ରୀନିବାସ ନାଏକ, ଗଦାଧର ମହାପାତ୍ର, ଅଚ୍ୟୁତ କଲତା, ଟଙ୍କଧର ନାଏକ, ସୁଭ୍ରାଂଶୁ ପଣ୍ଡା, ଶ୍ରୀକାନ୍ତ ବକୁଲ, ନନ୍ଦଲାଲ ସେଠ, ରାଧାମୋହନ ସାଏ, ବିଧୁ ଭୂଷଣ ବିଶି, ରାଜେନ୍ଦ୍ର ମହାକୁର, ସୁଶାନ୍ତ ପାତ୍ର, ବଳଦେବ ସେଠ, ଜମିଦାର ବିଶ୍ୱାଳ, ବଜରଙ୍ଗ ଅମାତ, ପ୍ରେମ ମହାକୁର, ଗୋପ ଗୋବିନ୍ଦ ଡାଙ୍ଗ, ଭକ୍ତବନ୍ଧୁ ବିଶ୍ୱାଳ, ଶ୍ୟାମ ସାଏ, ବିଶେଶ୍ୱର ଚନ୍ଦନ, ଜଗା ପରୁଆ, ଅଭି ସାହୁ, ଦିଲୀପ ବିଶ୍ୱାଳ, ବିଦୁର ପୋଢ ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ । ଶେଷରେ ଦଳିତ ନେତା ଜ୍ୟୋତିଷ ମୁଗ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.