ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ : ସଭାପତି ହେଲେ ପ୍ରବୀଣ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ତେବେ ଆଜି ଏହି ନିର୍ବାଚନରେ ମୋଟ୍ ୨୮୯ ଜଣ ସଭ୍ୟ ଭୋଟ ଦେଇଥିବା ବେଳେ ଏଥିରେ ସଭାପତି ଭାବେ ପ୍ରବୀଣ କୁମାର ମିଶ୍ର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଂପାଦକ ପଦ ପାଇଁ ବାସୁଦେବ ରଥ ଓ ଜୟପାଲ ସାହୁ ପ୍ରତିଦ୍ୱନ୍ଦିତା କରିଥିଲେ । ବସୁଦେବ ରଥ ୮୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉପସଭାପତି ଭାବରେ ସୁଭାଷ ଚନ୍ଦ୍ର ବେହେରା, ସହସଂପାଦକ ଭାବରେ ରଶ୍ମିରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ଭାବରେ ବୈଷ୍ଣବ ଚରଣ ସାହୁ ଏବଂ ଅଡିଟର ଭାବେ ଶଙ୍କର ପ୍ରସାଦ ମିଶ୍ର ମନୋନୀତ ହୋଇଛ‌ନ୍ତି । କାର୍ୟ୍ୟକାରୀ କମିଟିରେ ନିତ୍ୟାନନ୍ଦ ଷଡଙ୍ଗୀ, ପ୍ରଦୀପ କୁମାର ବିଶ୍ଵାଳ, ରବି ନାରାୟଣ ବହିଦାର, ରାଧାକାନ୍ତ ମହାକୁଡ, ଉମାକାନ୍ତ ସାହୁ, ପ୍ରମୋଦ କୁମାର ଭୋଇ, ଅଶିତ ଷଡଙ୍ଗୀ, ଓମକାର ନାୟକ, ରାଜେନ୍ଦ୍ର ମିଶ୍ର, ମୁକୁନ୍ଦ ଦେବ ପଟେଲ, ଦୀନେଶ ନାଗ ଓ ଆର୍ତ୍ତତ୍ରାଣ ପୁରୋହିତ ପ୍ରମୁଖ ମନୋନୀତ ହୋଇଥିବା ସୂଚନାରୁ ଜଣାପଡ଼ିଛି । ଏହି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ନିର୍ବାଚନ ଅଫିସର ଭାବେ ଆଡ଼ଭୋକେଟ ଶଶିଭୂଷଣ ପୁରୋହିତ ଦାୟିତ୍‌ତ୍ୱ ନିର୍ବାହ କରିଥିବା ବେଳେ ସୁରେନ୍ଦ୍ର ମିଶ୍ର, ଦେବାଶିଷ ବିଶ୍ଵାଳ, ସୁଧାଂଶୁ ଦେଓ, ଜିତେନ୍ଦ୍ର ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.