ସ୍କୁଲ ପାଚିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ସ୍କୁଲ ପାଚିକାଙ୍କୁ ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ । ଏମିତି ଏକ ଅଭିଯୋଗ ଆସିଛି ବଲାଙ୍ଗିର ସଦର ଥାନା ଫଲ୍‌ସାମାଲ୍‌ ଗାଁରୁ । ଫଲ୍‌ସାମାଲ୍‌ ପ୍ରାଥମିକ ସ୍କୁଲର ପାଚିକା ମୀରା ପଧାନଙ୍କ ଶବ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ଦଶ ବର୍ଷ ତଳେ ସରଗାଡ଼ ଗାଁର ମୀରା ପଧାନ ଫଲ୍‌ସାମାଲ୍‌ ଗାଁର ମଣିକର ପଧାନଙ୍କୁ ବାହା ହୋଇଥିଲେ । ଦୁଇବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ମୀରାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ଗତକାଲି ରାତିରେ ଶାଶୁଘର ଲୋକେ ମୀରାଙ୍କ ପରିବାର ଲୋକଙ୍କୁ ମୀରା ନିଖୋଜ ଥିବା ନେଇ ଖବର ଦେଇଥିଲେ । ବାପ ଘର ଲୋକେ ଆସି ଦେଖିବା ବେଳକୁ ଘର ଭିତରେ ଏକ ଖଟରେ ଶବ ପଡିରହିଥିଲା । ଶାଶୁଘର ଲୋକେ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!