ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଜୁଲାଇ ୨୦୨୩ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତା ଅର୍ଥନୈତିକ ଏବଂ ବାଣିଜ୍ୟ, ଶକ୍ତି, ପରିବେଶ, ଶିକ୍ଷା, ପରିବହନ, ରେଳବାଇ, ଡିଜିଟାଲ ଭିତ୍ତିଭୂମି, ମ୍ୟୁଜିଓଲୋଜି ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବାକୁ ଆଲୋଚନା କରିଥିଲେ । ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବହୁମୁଖୀ ସହଯୋଗକୁ ଆହୁରି ଗଭୀର କରିବାକୁ ଉଭୟ ପକ୍ଷ ସେମାନଙ୍କର ଇଚ୍ଛାକୁ ଦୋହରାଇଛନ୍ତି ।