ମହୁଲ ବୋଝେଇ ମିନିଟ୍ରକ୍‌ ଜବତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗାଁରୁ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଏକ ମହୁଲ ବୋଝେଇ ମିନିଟ୍ରକକୁ ଜବତ କରିଛି । ଗାଡିରୁ ୭୫ଟି ବସ୍ତାରେ ୩୦ କ୍ୱିଣ୍ଟାଲ ମହୁଲ ରହିଥିଲା । ଜବତ ମିନିଟ୍ରକ୍‌ (ଓଡି୦୩ସି ୪୧୫୦) ମୁରିବାହାଲର ବ୍ୟବସାୟୀ ବନବିହାରୀ ଯୋଶୀଙ୍କ ନାମରେ ଥିବା ଅବକାରୀ ବିଭାଗ ପ୍ରକାଶ କରିଛି । ଗାଡିର ଚାଳକ ସତ୍ୟ ତରିଆ (୩୫)କୁ ଅବକାରୀ ବିଭାଗ ୪୧ ଧାରାରେ ନୋଟିସ୍‌ ଦେଇ ଛାଡି ଦିଆଯାଇଥିବା ଜଣାପଡିଛି । ଜବତ ଗାଡି ସହ ମହୁଲକୁ ନେଇ ଅବକାରୀ ବିଭାଗ ଗୁଡିଘାଟ ଦେଶୀମଦ ଭାଟିର ମ୍ୟାନେଜର କାମେଶ୍ୱର ରାୟଙ୍କୁ ଜିମା ଦେଇଥିଲେ । ଏ ସମ୍ପର୍କରେ ଅବକାରୀ ବିଭାଗ କେସ୍‌ ନଂ ୧୫/୨୩ରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.