jsm

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମହାକାଶ ଦେଖାଉଛନ୍ତି ବିଜ୍ଞାନ ଛାତ୍ର ପରେଶ

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : ମହାକାଶ ବିଜ୍ଞାନ ଉପରେ କିଛି ତଥ୍ୟ ପାଇବା ତଥା ବୈଜ୍ଞାନିକ ଜ୍ଞାନର ଗୁଣବତ୍ତା ହାସଲ କରିବା ପାଇଁ ଗ୍ରାମାଂଚଳ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ଆକର୍ଷିତ ହେବେ ସେଥିପାଇଁ ଆଗେଇ ଆସିଛନ୍ତି ଜଣେ ଉଦୀୟମାନ ଯୁବ ପି.ଏଚ.ଡି (କୋଷ ବିଜ୍ଞାନ) ଛାତ୍ର ପରେଶ ପ୍ରିୟଦର୍ଶନ ରଣା । ରିଷିଡା ନିବାସୀ ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ରଣାଙ୍କ ପୁଅ ପରେଶ ନିଜ ଟେଲିସ୍କୋପ ଲେନ୍ସ ମାଧ୍ୟମରେ ବିଭିନ୍ନ ସ୍କୁଲକୁ ଯାଇ ମହାକାଶ ଦେଖାଇଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଚନ୍ଦ୍ର ପୃଷ୍ଠ ଓ ଶନି ବଳୟ ଦେଖିବାକୁ ପାଉଛନ୍ତି ଓ ତାଙ୍କ ମନରେ ନାନାଦି ପ୍ରଶ୍ନ ସୃଷ୍ଟି ହେଉଛି । ଯଦ୍ୱାରା କି ଅଧିକ ଜାଣିବା ପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଉଛି । ପରେଶଙ୍କ ମତ ଅନୁସାରେ ଗ୍ରାମାଂଚଳର ପିଲାମାନେ ବିଜ୍ଞାନ ଅଧ୍ୟୟନ କରିବାକୁ ଏବେ ବି ଭୟ କରନ୍ତି, କିନ୍ତୁ ବିଜ୍ଞାନ ଏକ ଭୟ ନୁହେଁ ବରଂ ଏକ ସୁଯୋଗ ବୋଲି ବିଶ୍ୱାସ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ବ୍ୟବହାରିକ ଅଭିଜ୍ଞତା ମାଧ୍ୟମରେ ଶିକ୍ଷାର ଉତ୍ସାହ ଏବଂ ସଚେତନତାର ବିସ୍ତାର କରିବାକୁ ଏହା ଏକ ଉଦ୍ୟମ ବୋଲି ସେ କହନ୍ତି । ପ୍ରକାଶ ଥାଉକି, ପରେଶ ବର୍ତ୍ତମାନ ସ୍କଟଲାଣ୍ଡର ଇଡିନବର୍ଗ ବିଶ୍ୱବିଦ୍ୟାଳୟରେ ପି.ଏଚ.ଡି କରୁଥିବା ବେଳେ ଗ୍ରାମାଂଚଳରେ ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ଏକ ଅଭିନବ ଉଦ୍ୟମ ଜାରି ରଖିଛନ୍ତି ।

yuvodaya
Leave A Reply

Your email address will not be published.