jsm

ଅବସରକାଳୀନ ସମ୍ବର୍ଦ୍ଧନା ସଭା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ କୁମ୍ଭାର ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ସଇଁତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ପାଟଣାଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରତନ ଧରୁଆ, ବଲାଙ୍ଗିର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଧ୍ୟା ରାଣୀ ଧରୁଆ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ମଞ୍ଚାସୀନ ଥିଲେ । ମହାଦେବ ମେଶ୍ଵା ସଭା ପରିଚାଳନା କରିଥିବା ବେଳେ ‌ଶିବତଲା ସିଆର୍‌ସିସି ହୋଲିଶ୍ଵର ଧରୁଆ, ନିରାକାର ସାଏ, ପ୍ରଜ୍ଞା ପରିମିତା ବହିଦାର, କୈଳାସ କୁମ୍ଭାରଙ୍କ ସୃତିଚାରଣ କରିଥିଲେ ।ସିଆର୍‌ସିସି ବିଜୟିନୀ ଦାନୀ ମାନପତ୍ର ପଠନ କରିଥିବା ବେଳେ ହୋଲିଶ୍ଵର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚାସୀନ ବରେଣ୍ୟ ଅତିଥିଙ୍କ ଅଭିଭାଷଣରେ କୈଳାସ କୁମ୍ଭାରଙ୍କ ସୁଗୁଣାବଳୀ ବେଶ ହୃଦୟସ୍ପର୍ଶୀ ହୋଇଥିଲା । ସଦର ବ୍ଳକ ଅନ୍ତର୍ଗତ ସମସ୍ତ ସଂଯୋଜକ ଗିରିଶ ରାମ ବେହେରା, ସବ୍ୟସାଚୀ ଦାସ, ହରିବନ୍ଧୁ ଧରୁଆ, ବିଶ୍ଵାମିତ୍ର ନାଗ, ହେମନ୍ତ ବେହେରା, ସନ୍ତୋଷ କୁମାର ସାହୁ, ବିନାୟକ ପଟେଲ, ଅନୀଳ ବରିହା, ଡୋଳାମଣୀ ଭୋଇ, ମନୋଜ ଅଗସ୍ତି, ବେଣୁଧର ମାଝୀ, ରଶ୍ମିତା ମହାନ୍ତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.