jsm

କୃତି ଶିକ୍ଷକ ଦ୍ୱାଦଶ ପ୍ରଧାନଙ୍କୁ ରାଜ୍ୟ ପୁରସ୍କାର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ୮୮ତମ ଓଡ଼ିଶା ଦିବସ ତଥା ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ବିଦ୍ୟାଳୟ ଓ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କୁ ରାଜ୍ୟ ଶ୍ରେଷ୍ଠ କୃତି ଶିକ୍ଷକ ଭାବରେ ସମ୍ମାନିତ କରାଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ବରଗଡ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ ତିନି ଦଶନ୍ଧି ଧରି ଶ୍ରୀ ଦ୍ୱାଦଶ ପ୍ରଧାନ ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରି ନେଇଛନ୍ତି । ଶିକ୍ଷା କ୍ଷେତ୍ରରେ ଅଭିନବ ଓ ଆକର୍ଷଣୀୟ କୌଶଳ ଅବଲମ୍ବନ କରି ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ଏବଂ ମାନସିକ ସ୍ତରରେ ବିକାଶ ଘଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ବିଭିନ୍ନ ବିଜ୍ଞାନଭିତ୍ତିକ ଓ ସାମାଜିକ କାର୍ଯ୍ୟକ୍ରମରେ ସଦାସର୍ବଦା ନିୟୋଜିତ ରହି ଆନନ୍ଦ ଅନୁଭବ କରିଥାନ୍ତି ବୋଲି ମତପ୍ରକାଶ ପାଇଛି ।

yuvodaya
Leave A Reply

Your email address will not be published.