oom

ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ : କୁନି କୁନି କଳାକାରମାନଙ୍କୁ ନେଇ ଶୋଭାଯାତ୍ରା

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ବିଭିନ୍ନ ମନ୍ଦିରରେ ବହୁ ଆଡମ୍ବର ସହକାରେ ଶ୍ରୀରାମ ନବମୀ ପାଳନ ହୋଇଯାଇଛି । ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପ୍ରତ୍ୟେକ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରାଯାଇଛି । ଏନେଇ ସମଗ୍ର ଅଞ୍ଚଳ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଉପଲକ୍ଷେ ସକାଳୁ ସକାଳୁ ବହୁ ଭକ୍ତମାନେ ମା’ ପାଟଖଣ୍ଡା ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ରାମେଶ୍ୱର ମନ୍ଦିର ବିରୁପାକ୍ଷ ମନ୍ଦିର ଓ ହନୁମାନ ମନ୍ଦିରରେ ଭିଡ଼ ଲାଗି ରହିଥିବା ବେଳେ ପାଟଖଣ୍ଡା ମନ୍ଦିର ପରିସରରେ ଥିବା ହନୁମାନ ମୂର୍ତ୍ତି ନିକଟରେ ସ୍ଥାନୀୟ ହନୁମାନ ଚାଳିଶା କମିଟି ତରଫରୁ ଘୃତଯଜ୍ଞ ସହ ଶ୍ରୀରାମ ଚାଳିଶା ଏବଂ ସନ୍ଧ୍ୟାରେ ଏକତ୍ରିତ ହୋଇ ଏକ ସୁସଜ୍ଜିତ ରଥରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶ୍ରୀରାମଙ୍କ ଫଟୋ ଲଗାଇ ବାଇକ୍‌ ଓ ଚାଲି ଚାଲି ଏକ ବିରାଟ ଶୋଭାଯାତ୍ରାରେ କୁନି କୁନି ପିଲାମାନଙ୍କୁ ନେଇ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଭଳି ବିଭିନ୍ନ ବେଶ ଭୁଷାରେ ସଜ୍ଜିତ କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା । ସେହିପରି ସ୍ଥାନୀୟ ସିଆରପିଏଫ କ୍ୟାମ୍ପରେ ମଧ୍ୟ ଶ୍ରୀରାମ ନବମୀ ପାଳନ କରାଯାଇଛି । ଏତଦ୍‌ ବ୍ୟତୀତ ଜେଲ୍‌ ନିକଟରେ ଥିବା ହନୁମାନ ମନ୍ଦିରରେ ଏବଂ ରାମେଶ୍ୱର ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିରରେ ଶ୍ରୀରାମ ଚାଳିଶା, ରାମ ନାମ ଯଜ୍ଞ, ଦୀପଯଜ୍ଞ ସମାରୋହ ଆୟୋଜିତ କରିବା ପରେ ପ୍ରସାଦ ସେବନ କରିଥିଲେ । ପ୍ରତ୍ୟେକ ମନ୍ଦିରର ପରିଚାଳନା କମିଟି ଓ ସଦସ୍ୟଙ୍କ ସହଯୋଗରେ ସଫଳତାର ସହ ସମାପନ ହୋଇଥିଲା ।

jittmm
Leave A Reply

Your email address will not be published.