
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଚିମିନିଭାଟିପଡାରେ ମା’ ଚନ୍ଦ୍ରାସେନୀ ମହୋତ୍ସବ ପାଇଁ ଗତକାଲି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ପୁରୁଷ ଯୋଗଦାନ କରି କଳସ ଶୋଭାଯାତ୍ରାକୁ ସଫଳ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଚୈତ୍ର ମାସରେ ବାସନ୍ତିକ ଦୁର୍ଗାପୂଜା ଉପଲକ୍ଷେ ମା’ ଚନ୍ଦ୍ରାସେନୀ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ତେବେ ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଏହି ମହୋତ୍ସବ ଫିକା ପଡିଥିଲେ ହେଁ ଚଳିତ ବର୍ଷ କିନ୍ତୁ ଏହି ମହୋତ୍ସବ ଧୁମ୍ଧାମ୍ରେ ପାଳିତ ହେଉଥିବାରୁ ପଡାବାସୀ ଖୁବ୍ ଆନନ୍ଦିତ ଅଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ତେବେ ଏହା ଗତକାଲି ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅପ୍ରେଲ ୧ ତାରିଖରେ ଶେଷ ହେବ ବୋଲି ଚିମିନିଭାଟିପଡା ଶାସ୍ତ୍ରୀ କ୍ଲବ କମିଟି ପକ୍ଷରୁ କୁହାଯାଇଛି । ଆସନ୍ତା ୩୦ ତାରିଖ ଦିନ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ହେବା ନେଇ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।