pr

ମହୀମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

dr. purohit

ମହୀମୁଣ୍ଡା, (କେପିଏନ୍‌ଏସ୍‌) : ଆଜି ମହୀମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ଭୋଇଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପୁଇଁତଲା ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସଫଳତା ନିଶ୍ଚିତ ତେଣୁ ଦୃଢ ଆତ୍ମବିଶ୍ୱାସ ସହ ନିଷ୍ଠାପର ଭାବରେ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରାମ ଶଙ୍କର ପ୍ରସାଦ ବିଶ୍ୱାଳ ଯୋଗଦାନ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ସେ ନିଜେ ହେଉଛନ୍ତି ବିଦ୍ୟାଳୟର ଛାତ୍ର ଏବଂ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନେ ବିଭିନ୍ନ ପଦପଦବୀରେ ନିଯୁକ୍ତ ହୋଇ ବିଦ୍ୟାଳୟର ନାମକୁ ଗୌରାବାନ୍ୱିତ କରୁଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ଭୋଇ ୨୦୨୨-୨୩ ଶିକ୍ଷା ବର୍ଷର ବିବରଣୀ ପାଠ କରି ଛାତ୍ରଛାତ୍ରୀମାନଙ୍କ କୃତିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ବାଗ ସଭା ସଂଚାଳନ କରିଥିବା ବେଳେ ଶିକ୍ଷକ ଅଞ୍ଜନ କୁମାର ସାଏ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିନୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ଉପସ୍ଥିତିରେ ବାର୍ଷିକ କ୍ରୀଡାରେ ହୋଇଥିବା ପ୍ରତିଯୋଗିତାମାନଙ୍କରେ କୃତକାର୍ଯ୍ୟ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ପୂଜା ଦର୍ଜୀଙ୍କ ମାର୍ଗଦର୍ଶିକାରେ ଛାତ୍ରଛାତ୍ରୀମାନେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ । ମହୀମୁଣ୍ଡା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

nrusinghnath
Leave A Reply

Your email address will not be published.