ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବୈଦିକ ପରମ୍ପରା ନୀତିରେ ଇଷ୍ଟ ଦେବତାଙ୍କୁ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡକ୍ଟର ସୁବାସ ଚନ୍ଦ୍ର ଲେଙ୍କା ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଲେଜର ଅଧ୍ୟକ୍ଷ ଡକ୍ଟର ଉମାକାନ୍ତ ପଣ୍ଡାଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇଥିଲା । ସମ୍ମାନିତ ଅତିଥି ଭାବେ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସ ପାଠୀ ଶର୍ମା ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଡକ୍ଟର ପଣ୍ଡା କହିଲେ ଯେ, ରାଜ୍ୟ ସରକାରଙ୍କର ସମସ୍ତ ଆଭିମୁଖ୍ୟ ଗୁଡିକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଜାତୀୟ ସେବା ଯୋଜନାଗୁଡିକୁ କିପରି ଯୁବକ ଯୁବତୀମାନଙ୍କ ଶକ୍ତି ଦ୍ୱାରା କରାଯାଇ ପାରିବ ସେ ନେଇ ଅନେକ ଗୁଡିଏ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ମୀରା ଶାସ୍ତ୍ରୀ, ଅଧ୍ୟାପକ ଚନ୍ଦ୍ରଧ୍ଵଜ ମାଝୀ, ପରମେଶ୍ୱର ଶତପଥି, ଉଦ୍ଧବ ପ୍ରଧାନ, ବିଶ୍ୱନାଥ ଆଚାର୍ଯ୍ୟ, ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଡ଼. ବ୍ରହ୍ମଦତ୍ତ ବେଦମନୀଷୀ ଯୋଗ ଦେଇ ସରକାରଙ୍କ ଜାତୀୟ ସେବା ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଜ୍ୟୋସ୍ନା ରାଣୀ ଦାସ, ଶ୍ୟାମମାଲା ଦାସ, ଶିଶୁ ଓ କିଶୋର ସାହିତ୍ୟ ପତ୍ରିକାର ସହ ସମ୍ପାଦିକା ପ୍ରଣତି ଲେଙ୍କା, ରବି ବେହୁରିଆ, ସନ୍ତୋଷ ଲେଙ୍କା ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ଚନ୍ଦ୍ରଧ୍ଵଜ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.