oom

ୱାର୍ଡ ସଭ୍ୟସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ତଥା ପାନୀୟ ଜଳ ବିଭାଗ ଏବଂ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ )ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ୱାର୍ଡ ସଭ୍ୟ ସଭ୍ୟଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ଓ ଆଗଲପୁର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ୪୮୪ ଜଣ ୱାର୍ଡ ସଭ୍ୟସଭ୍ୟା ଯୋଗ ଦେଇଥିଲେ । ପଂଚାୟତିରାଜ ବ୍ୟବସ୍ଥାରେ ୱାର୍ଡସଭ୍ୟଙ୍କ ଦାୟିତ୍ୱ ଓ ସେମାନଙ୍କ ଭୂମିକା ତଥା ପଂଚାୟତର ବିକାଶ ସମ୍ପର୍କରେ ତାଲିମଦାତା ମାନେ ତାଲିମ ପ୍ରଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମକୁ ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିଥିବା ବେଳେ ବିଭିନ୍ନ ପଂଚାୟତର ସରପଞ୍ଚ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କ୍ଷେତ୍ର ପରିଦର୍ଶନ ମଧ୍ୟ ହୋଇଥିଲା । ତାଲିମଦାତା ଭାବେ ଏସ୍‌ଆଇଆର୍‌ଡିରୁ ଅମରେନ୍ଦ୍ର ସେଠି, ଗୀତାଞ୍ଜଳି ପ୍ରଧାନ, ଜୋତ୍ସ୍ନା ନନ୍ଦ, ପ୍ରଜ୍ଞା ପରିମିତା ସିଂଦେଓ, ବବିତା ପ୍ରଧାନ, କଳ୍ପନା ଗୁରୁ, ବସନ୍ତ ବିଭାର, ନିତ୍ୟାନନ୍ଦ ସାହୁ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ରଞ୍ଜନ ମହାଲିଙ୍ଗ, ରମେଶ ପଧାନ, ପିଣ୍ଟୁ ପଧାନ, ଆଶିଷ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.