ହାତ୍‌ଗଁଠି ପଡ଼୍‌ଲା, ବିହା ସର୍‌ଲା…. ପ୍ରେମିକର୍‌ ସାଙ୍ଗେ ଛୁ ମାରିଦେଲା କନିଆଁ ଟୁକେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାତ୍‌ଗଁଠି ପଡ଼୍‌ଲା, ବିହା ସର୍‌ଲା । ପ୍ରେମିକର୍‌ ସାଙ୍ଗେ ସୁନା ରୂପା ଧରି ଛୁ ମାରିଦେଲା କନିଆଁ ଟୁକେଲ୍‌ । ଶିଶୁପାଲ୍‌ ହେଇ ଫିରିଗଲା ବର୍‌ପିଲା । ଏନ୍‌ତା ଗୁଟେ ଘଟ୍‌ନା ଆଏଜ୍‌ ଦେଖ୍‌ବାର୍‌କେ ମିଲିଛେ ବଲାଙ୍ଗିର ସହରର୍‌ ବାହ୍ମନ୍‌ପଡ଼ା ନେ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁର ନାରାୟଣ ମାଝୀଙ୍କର ପୁଓ ପ୍ରେମକୁମାରଙ୍କର ବିହାଘର୍‌ ବାହ୍ମନ୍‌ପଡ଼ାର୍‌ ଝନେ ଟୁକେଲ୍‌ ସାଙ୍ଗେ ଠିକ୍‌ ହେଇଥିଲା । ଲଗନ୍‌ ଅନୁସାରେ ବଜାଗଜା ଧରି, ବେଣ୍ଡ୍‌ ବଜାର ତାଲେ ତାଲେ ନାଚିଝୁମ, ବଡ଼ା ଗହକି ଥି ଉଲେଦୁଲେ ଗଲାକାଲି ବର୍‌ଯାତ୍‌ରି ପୁହୁଁଚିଥିଲା । ଭୁଜିଭାତି ଖାଇ ବନ୍ଧୁବାନ୍ଧବ, ବର୍‌ଯାତରି ଦଲ୍‌ ନୂଆଁ ସଁସାର ଗଢ଼୍‌ବାର୍‌ କେ ଯାଉଥିବାର ବର୍‌କନିଆଁ କେ ଶୁଭେଚ୍ଛା ସାଙ୍ଗେ ଆଶୀର୍ବାଦ୍‌ ବି ଦେଲେ । ହାତ୍‌ଗଁଠି ପଡ଼୍‌ଲା, ବିହା ବି ସର୍‌ଲା…. ବର୍‌ପିଲା ସାଙ୍ଗେ କନିଆଁ ଟୁକେଲ୍‌ ଖାଏଲା ବି । ମାତର୍‌କ’ ଇତାର୍‌ ପରେ ପରେ ନିଜର୍‌ ପ୍ରେମିକର୍‌ ସାଙ୍ଗେ ବାଇକ୍‌ ବୁଘିକରି ସୁନାରୂପା ଧରି ଛୁ ମାରିଦେଲା କନିଆଁ ଟୁକେଲ୍‌ । ଗୁର୍‌ଦୁ ନୁରାଖୁଜା ଉତ୍‌ରୁ ବି କନିଆଁ ଟୁକେଲର୍‌ ପତା ନେଇଁ ମିଲ୍‌ଲା । ଇ’ ଘଟ୍‌ନା କେ ନେଇ କରି ଦୁହି ପକ୍ଷ ଭିତରେ ବି ଘଂଟା ଘଂଟା ଧରି ଘିଚାଟନା, କଥା କଟାକଟି ହେଲା । ହେଲେ କଥା ଛିଡ଼ି ନେଇଁ ପାର୍‌ଲା । ଆର୍‌ ବଢ଼ିଗଲା ଘିଚାଟନା । ଥାନା କେ ପୁହୁଁଚିଲା ଘଟ୍‌ନା । ବରପିଲା ଘର୍‌ ଆଡ଼ୁ ଟାଉନ୍‌ ଥାନା ଥି ଲିଖିତ୍‌ ଅଭିଯୋଗ କରାଯାଇଥିବାର୍‌ ଜନାପଡ଼ିଛେ । ଇ’ଘଡ଼ି ପ୍ରେମିକର୍‌ ସାଙ୍ଗେ କନିଆଁଟୁକେଲ୍‌ ଫେରାର୍‌ ମାର୍‌ଲା ବେଲର୍‌ ସିସିଟିଭି ଫୁଟେଜ୍‌ ମିଲିଛେ ବଲି ଜନା ପଡ଼ିଛେ, ଯେନ୍‌ଟା କି ତଦନ୍ତର୍‌ ଲାଗି କବାର୍‌ କେ ଆଏବା । ଇଆଡେ଼ କନିଆଁଟୁକେଲ୍‌ ଫେରାର୍‌ ମାର୍‌ଲା ଉତ୍‌ରୁ ଶିଶୁପାଲ୍‌ ହେଇ ଘର୍‌କେ ଫିରିଛେ ବର୍‌ପିଲା । ଏତ୍‌କି ବେଲ୍‌ତକ୍‌ କନିଆଁଟୁକେଲ୍‌ର ଖୋଜ୍‌ଖବର୍‌ ନେଇଁ ମିଲିପାର୍‌ବାର୍‌ ବଲି କୁହାଯାଇଛେ ।

Leave A Reply

Your email address will not be published.

error: Content is protected !!