jayashree

ରାଜ୍ୟ ସ୍ୱଳ୍ପ ସଞ୍ଚୟ ସହନିର୍ଦ୍ଦେଶକଙ୍କୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଦାୟିତ୍ଵ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଭାବେ ହରିଚରଣ ମିଶ୍ର ପୁଣି ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ସୋମବାର ଯୋଗଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉକି, ଚଳିତ ମାସ ୨୩ ତାରିଖରେ ଶ୍ରୀ ମିଶ୍ର ଏହି ଜିଲ୍ଲାରୁ ରିଲିଭ ହୋଇ ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଅର୍ଥ ବିଭାଗରେ ସହକାରୀ ନିର୍ଦ୍ଦେଶକ ତଥା ଉପ-ଶାସନ ସଚିବ ଭାବେ ପଦୋନ୍ନତି ପାଇ ଯୋଗଦାନ କରିଥିଲେ । ବିଭାଗର ନିର୍ଦ୍ଦେଶ ପ୍ରକାରେ ଶ୍ରୀ ମିଶ୍ରଙ୍କୁ ପୁଣିଥରେ ଗଞ୍ଜାମ ଜିଲ୍ଲାର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଅଛି । ଶ୍ରୀ ମିଶ୍ର ପୂର୍ବରୁ ଏହି ଜିଲ୍ଲାରେ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଭାବେ ଦାୟିତ୍ଵରେ ଥିବା ସମୟରେ ଜିଲ୍ଲାରେ ସ୍ୱଳ୍ପ ସଞ୍ଚୟ ଦିଗରେ ସଂଗଠନମୂଳକ କାର୍ଯ୍ୟ କରି ଲୋକଙ୍କ ସହଭାଗିତାରେ ଅନେକ ଆର୍ଥିକ ଅନ୍ତର୍ଭୂକ୍ତିକରଣ କର୍ମଶାଳା ଓ ସଚେତନତାମୂଳକ କାର୍ଯ୍ୟକମ କରିଥିଲେ । ବିଗତ ବର୍ଷ ୨୦୨୧-୨୦୨୨ ମସିହାରେ ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ଏଏସ୍‌ ସିରିଜର ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ପାଇଥିଲା । ଯାହାକି ଗଞ୍ଜାମ ଜିଲ୍ଲା ପାଇଁ ପ୍ରଥମ ଘଟଣା ଥିଲା । ଶ୍ରୀ ମିଶ୍ର ପୁନର୍ବାର ଯୋଗଦାନ ପରେ ସରକାରଙ୍କ ପ୍ରଦତ୍ତ ଲକ୍ଷ୍ୟଧାର୍ଯ୍ୟ ଶତପ୍ରତିଶତ କିଭଳି ହେବ ସେହି ଦିଗରେ ପ୍ରୟାସ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.