ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଯାଦବ ଭବନ ଠାରେ ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ପୁରୁଷୋତ୍ତମ ଦାସ, ନଭଯୁଗର ଓଡ଼ିଶା ମୁଖ୍ୟ ଆର୍ଯ୍ୟାବ୍ରତ ତ୍ରିପାଠୀ, ସୁଶାନ୍ତ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମ ଅଧୀନରେ ବଲାଙ୍ଗିର ଜିଲ୍ଲାର ପ୍ରତ୍ୟେକ ଘରର ପଞ୍ଜିକରଣ କରାଯିବ । ଘରର ସଦସ୍ୟଙ୍କ ନାମ ଠିକଣା ଆଦି ସମସ୍ତ ତଥ୍ୟ ଏଥିରେ ଉପଲବ୍ଧ ରହିବ ଯଦ୍ୱାରା ଖୁବ ସହଜରେ ଘର ଠିକଣା ଜାଣି ହେବା ସହିତ ବହୁତ୍ ଗୋଡାଏ ସୁବିଧା ମିଲିପାରିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ତେବେ ଏହି ପଞ୍ଜିକରଣ କରିବାକୁ ଏଜେଣ୍ଟକୁ ୪୦ ଟଙ୍କା ଦେବାକୁ ପଡିବ ବୋଲି କୁହାଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଏହା ପୂର୍ବରୁ ମଧ୍ୟ ବିଭିନ୍ନ ଏନ୍ଜିଓ ଦ୍ଵାରା କେନ୍ଦ୍ର ସରକାରଙ୍କ ଯୋଜନା ନାମରେ ଅନେକ କାର୍ଯ୍ୟକ୍ରମ ହୋଇଛି ଯାହାକି କେବଳ ନାମକୁ ମାତ୍ର । ତେବେ ଏହି ଯୋଜନା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି । ତେବେ ବଲାଙ୍ଗିରରେ ମଧ୍ୟ ଡିଜିଟାଲ ଘର ନମ୍ୱର ସଫଳ ହେବ ବୋଲି ଆଶା ଉଜ୍ଜୀବିତ ହୋଇଛି ।
Prev Post