jsm

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଶହୀଦ ଦିବସ ପାଳିତ

csstore

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଠାରେ ଶହୀଦ ଦିବସ ପାଳନ ହୋଇଯାଇଛି । ଜିଲ୍ଲା ନିଜାରତ ଅଫିସର ରାମା ଭିରାମ ଶତପଥୀଙ୍କ ଅଧ୍ୟକ୍ଷତାରେ ରାଜସ୍ଵ ଅଧିକାରୀ ଉର୍ମିପ୍ରଭା ମହାରଣା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଦୁରୀ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ବାପୁଜୀ ମାହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଇଥିବା ସେ କହିଛନ୍ତି । ଏହି ଅବସରରେ ଏକ ସ୍ମୃତିଚାରଣ ସଭା ଅନଷ୍ଠିତ ହୋଇଥିଲା । ଏଠାରେ ଅଧିକାରୀମାନେ ବାବୁଜୀଙ୍କର ଶାନ୍ତି ପଥ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବ୍ୟକ୍ତିଗତ ସହାୟକ ଗଣେଶ ସେଠୀ ଏବଂ ଜିଲ୍ଲାପାଳ ଅଫିସ ଅଧିନରେ କାର୍ଯ୍ୟରତ କର୍ମଚାରୀ ସାମନ୍ତ ଭୀମସେନ ଭଞ୍ଜ, ତ୍ରୀନାଥ ଦଳେଇ, ସିଦ୍ଧାର୍ଥ ଜେନା, ଅରକ୍ଷିତ ମାଲିକ, ଜୟନ୍ତୀ ନାୟକ, ଅନିତା ବେହେରା ପ୍ରମୁଖ ଯୋଗଦେଇ ବାପୁଜୀଙ୍କ ଅମର ଆତ୍ମା ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ ।

yuvodaya
Leave A Reply

Your email address will not be published.