ଷ୍ଟେସନାରୀ ଓ ଚପଲ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା କ୍ଷତିଗ୍ରସ୍ତ

ରମ୍ଭା : ଚପଲ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଗୁରୁବାର ଦିନ ଦୁଇଟା ସମୟରେ ବସଷ୍ଟାଣ୍ଟ ନିକଟସ୍ଥ ସମିରି ସୁବୁଦ୍ଧିଙ୍କ ଷ୍ଟେସନାରୀ ଓ ଚପଲ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି । ଫଳରେ ପ୍ରାୟ ସାତ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଉଛି । ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଅଗ୍ନିକାଣ୍ଡରେ ସେଣ୍ଟ ବୋତଲ ଫାଟି ଭୟଙ୍କର ଶବ୍ଦ ହୋଇଥିଲା ।ଦୋକାନ ମାଲିକ, ଗ୍ରାହକ, ପଡ଼ୋଶୀ ଦୋକାନ ମାଲିକ ଓ ଯାତାୟତ ଜନସାଧାରଣ ଭୟଭୀତ ହୋଇ ତୁରନ୍ତ ଜାଗା ଛାଡ଼ି ଚାଲିଯାଇଥିଲେ । ରମ୍ଭା ଫାୟାର ଷ୍ଟେସନକୁ ଜଣାଇବା ପରେ ଘଟଣା ସ୍ଥଳରେ ଏଲ୍‌ଏଫମ ଅଧିକାରୀ ତପନ କୁମାର ଅଧିକାରୀ, ସୁଶାନ୍ତ କୁମାର ମାଝୀ, ଡ୍ରାଇଭର ହାବିଲଦାର ଅଭିରାମ ପୃଷ୍ଟି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.