oom

କନ୍ଧମାଳ ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳୁନି ସୁଯୋଗ : ନିରପେକ୍ଷ ତଦନ୍ତ ପାଇଁ ଦାବୀ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଲୋକ କଳା ତଥା ଲୋକ ସଂଗୀତର ପ୍ରଚାର ପ୍ରସାର ଦିଗରେ ଅହରହ ସଂଗ୍ରାମ କରି ରାଜ୍ୟ ତଥା ଦେଶରେ ବିଭିନ୍ନ ମଞ୍ଚ ଓ ସିନେମାରେ ନିଜର କଳା ନୈପୁଣ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଭିନ୍ନ କଳା ସଂଗଠନ ଏବଂ କଳାକାରଙ୍କୁ ନିଜ ଜିଲ୍ଲାରେ ସ୍ଥାନ ମିଳିନଥିବାରୁ ଲୋକ କଳାକାର ତଥା ସିନେମା ଅଭିନେତା ଜଳନ୍ଧର ବେହେରା ଏବଂ ଏନଏସଡ଼ିଆନ ତଥା ବଲିଉଡ ଅଭିନେତା ଯଦୁ ନନ୍ଦନ ବେହେରା ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁଇ ବରିଷ୍ଠ କଳାକାରଙ୍କୁ କେବେ ମଧ୍ୟ ଜିଲ୍ଲା ପ୍ରଶାସନ ସମ୍ମାନିତ କରିନାହିଁ । ଯାହା ଏବେଠୁ ସମଗ୍ର ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଚର୍ଚ୍ଚା ଆରମ୍ଭ ହେଲାଣି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ ତଥା ଏହିଭଳି ଆକ୍ରୋଶ ମୂଳକ ଭାବ ରଖି ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେଉ ନଥିବା ଅଭିଯୋଗ ହୋଇଛି । ବରିଷ୍ଠ କଳାକାର ଜଳନ୍ଧର ବେହେରା କହିଛନ୍ତି ଯେ, ମହୋତ୍ସବରେ କିଛି ଅଣ କଳାକାର ପ୍ରବେଶ କରି ମନମୁଖୀ ଶାସନ କରୁଛନ୍ତି । ଏହି କିଛି ଅଣ କଳାକାର ବ୍ୟକ୍ତିଙ୍କ ମନମୁଖୀ ଶାସନରେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପରିଚାଳିତ ହେଉଛନ୍ତି । ଯାହା ଦ୍ଵାରା କି ପ୍ରକୃତ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ । ସ୍ଥାନୀୟ କଳାକାର ଜିଲ୍ଲା ବାହାରେ କନ୍ଧମାଳର ଆଦିବାସୀ ନୃତ୍ୟକୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ କାହିଁକି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା କଳାକାରଙ୍କୁ ସୁଯୋଗ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ବାହାରୁ କଳାକାର ଆମଦାନୀ କରାଯାଇ ଆବଶ୍ୟକତାରୁ ଅଧିକ ଅର୍ଥ ପ୍ରଦାନ କରି ମହୋତ୍ସବରେ ସୁଯୋଗ ଦିଆଯାଉଛି ଏହାକୁ ବଲିଉଡ କଳାକାର ଯଦୁ ନନ୍ଦନ ବେହେରା ଏବଂ ଓଲିଉଡ଼ କଳାକାର ଏବଂ ସଂଗୀତଜ୍ଞ ଜଳନ୍ଧର ବେହେରା ତୀବ୍ର ବିରୋଧ କରିଛନ୍ତି । ଆଦିବାସୀ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ କୁଣ୍ଠାବୋଧ କରୁଛି କାହିଁକି । ଏହାର ଅତିଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଲୋକ କଳାକାର ରାଜ ରାସ୍ତାକୁ ଓହ୍ଲାଇବାକୁ ଜିଲ୍ଲାର ବିଭିନ୍ନ କଳା ସଂଗଠନ ଚେତାବନୀ ଦେଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.