jsm

ତେରେସିଂହା ଉଚ୍ଚ ବିଦ୍ୟାଳୟର ୪୨ତମ ବାର୍ଷିକୋତ୍ସବ : ଲକ୍ଷ୍ୟଯୁକ୍ତ ଶିକ୍ଷା ହିଁ ସଫଳତାର ଚାବିକାଠି

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : କଠିନ ଅଧ୍ୟବସାୟ, ଏକାଗ୍ରତା ଓ ଲକ୍ଷ୍ୟଯୁକ୍ତ ଶିକ୍ଷା ଆହରଣ କଲେ ଜଣେ ଶିକ୍ଷାର୍ଥୀ ନିଶ୍ଚିତ ଭାବେ ସଫଳ ହୋଇପାରିବ । ତେଣୁ ସମସ୍ତେ ଛାତ୍ରଛାତ୍ରୀ ମାନେ ଭଲମଣିଷ ହେବା ପାଇଁ ପାଠପଢିବା ଉଚିତ୍‌ ବୋଲି ଐତିହାସିକ ଗାଁ ତେରେସିଂହା ଉଚ୍ଚ ବିଦ୍ୟାଳୟ ୪୨ତମ ବାର୍ଷିକୋତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରଧାନଶିକ୍ଷକ ଗରୁଡଧ୍ୱଜ ଗହୀରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟଅତିଥି, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ପ୍ରମୋଦ ସୁନା, ସମିତି ସଭ୍ୟା ଚନ୍ଦ୍ରମା ରଣା, ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ମାଧବ ରଣା ସମ୍ମାନୀତ ଅତିଥି ଓ ଅବସରପ୍ରାପ୍ତ ଶିକ୍ଷକ ସୁବିନ୍ଦ୍ର ରଣା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସହକାରୀ ଶିକ୍ଷକ ନୀଳମଣି ଗହୀର ସଭା ସଂଯୋଜନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରାଜେଶ ମାଝୀ, ପଙ୍କଜ ବାରିକ, ପ୍ରୀତମ ହବୋ, ପର୍ଶୁରାମ ଓଝା, ସୁଧିର ରଞ୍ଜନ ସୁନା, ପ୍ରଶାନ୍ତ କୁମାର ସାହୁ, ଲକ୍ଷ୍ମଣ ଭୁଏ, ରତନ ଭୋଇ, ଆଶିଷ ମଲ୍ଲିକ, କ୍ଷୀରସାଗର ରଣା, ରୋହିତ ରଣା, ନୀଳମଣି ଗହୀର, ସୂର୍ଯ୍ୟମଣି ରଣା, ପୂର୍ଣ୍ଣଚନ୍ଦ୍ର ରଣା, ପୁଷ୍ପଲତା ନାଏକ, ସଞ୍ଜୟ ନାଏକ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.