jsm

ଅଲାତରା ଶିବ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ହିନ୍ଦୁ ପରିଷଦର ଧର୍ମ ରକ୍ଷା ବୈଠକ

csstore

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଶିବ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ସଭାପତି ଯୁଧିଷ୍ଠିର ବାଣୁଆଁଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ହିନ୍ଦୁ ଧର୍ମ ରକ୍ଷା, ଗୋମାତା, ତୁଳସୀ, ଅଶ୍ୱତ୍‌ଥ, ବଟବୃକ୍ଷ ପୂଜନ ଓ ସଂସ୍କୃତି ପରମ୍ପରାକୁ ନେଇ ଏକ ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧର୍ମ ପ୍ରଚାରକ ତଥା କବି, ଲେଖକ, ସମାଜସେବୀ, ବରିଷ୍ଠ ନାଗରିକ ପଦ୍ମ ଲୋଚନ ମିଶ୍ର ପ୍ରଥମେ ଓଃ କାର, ମହାମୃତଞ୍ଜୟ ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣରୁ ଆରମ୍ଭ କରି ଉପସ୍ଥିତ ସମସ୍ତ ସତଜନମଣ୍ଡଳୀଙ୍କୁ ସନାତନ ଧର୍ମ, ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ । ବୈଠକରେ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଜଗନ୍ନାଥ ପଧାନ, ଉପସଭାପତି ଦୁର୍ମନ ଭୋଇ, ସମ୍ପାଦକ ଲଖଣ ଠାକୁର, ସହସମ୍ପାଦକ କନ୍ଦର୍ପ ବିସି, କୋଷାଧ୍ୟକ୍ଷ ସହଦେବ ସାହୁ, ସତସଙ୍ଗ ମୁଖ୍ୟ କହ୍ନେଇ ବାଗ, ବଜରଙ୍ଗ ଦଳ ମୁଖ୍ୟ ଭାବେ ରାଜେନ୍ଦ୍ର ଗହୀରଙ୍କୁ ସର୍ବସମ୍ମତି କ୍ରମେ ମନୋନୟନ କରାଯାଇଥିଲା । ଏଥିରେ କର୍ଲ୍ଲାମୁଣ୍ଡା ବ୍ଲକ ମାର୍କଣ୍ଡ ସାହୁ ସମେତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.