jayashree

ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ସଂଧ୍ୟା : ବଲାଙ୍ଗିର ମାଟିର କଳା ଓ କଳାକାରଙ୍କୁ ପ୍ରଶଂସା କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ସଂଧ୍ୟା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗିର ମାଟିର କଳା ଓ କଳାକାରଙ୍କୁ ପ୍ରଶଂସା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ସାରସ୍ୱତ ସାଧକ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସ୍ମାରକ ରଂଜନ ମିଶ୍ର, ଚିତ୍ରଶିଳ୍ପୀ ଶ୍ରୀକାନ୍ତ ଉଦ୍‌ଗାତା । ଅତିଥି କଳାକାର ଭାବେ ବରିଷ୍ଠ ନିର୍ଦ୍ଦେଶକ ତଥା ଅଭିନେତା ସାରଙ୍ଗଧର ଠାକୁର ମଂଚାସୀନ ରହିଥିବା ବେଳେ କଳାକାର ମୁରଲୀଧର ପତିଙ୍କୁ ଏହି ମଂଚରେ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱାଗତ ଅଭିଭାଷଣ ପ୍ରଦାନ କରିଛନ୍ତି ଗ୍ରାଉଣ୍ଡ କମିଟି ସହଅଧ୍ୟକ୍ଷ ଗୋପାଳ ପ୍ରଧାନ । ପ୍ରଚାର କମିଟି ସହଅଧ୍ୟକ୍ଷ ବିରେନ୍ଦ୍ର ଝାଙ୍କର ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଛନ୍ତି ସଂଯୋଜକ ବିଜୟ କୁମାର ଶତପଥୀ । ସଭାକାର୍ଯ୍ୟ ଶେଷ ହେବା ପରେ ପରେ ରାଜସ୍ଥାନର କାଲବେଲିଆ, ମଧ୍ୟପ୍ରଦେଶର ବଧେଇ, ଆସାମର ବିହୁ, ହରିୟାନାର ଘୁମର, ପଞ୍ଜାବର ଭାଙ୍ଗଡ଼ା ନୃତ୍ୟ ସହ ବଲାଙ୍ଗିରର ପଂଚମ, ପୌରାଂଚଳ ଯାଦବ ସମାଜ, ଢେ଼ାଲ ମୁହୁରୀ, ଦୁର୍ଗାପୂଜା ଟ୍ରଷ୍ଟ, ତୁଳସୀ ସଂଗୀତ ନାଟକ କଳାପରିଷଦ ଏବଂ ବରଗଡ଼ର ଜିଲ୍ଲା ସଂସ୍କୃତି କଳା ପରିଷଦର କଳାକାରମାନେ ନୃତ୍ୟ ପରିବେଷଣ କରିଛନ୍ତି ।

Leave A Reply

Your email address will not be published.

error: Content is protected !!