jsm

ପିପିପି ହାଇସ୍କୁଲର ବାର୍ଷିକ ଉତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ପିପିପି ହାଇସ୍କୁଲ ବରିହାପୁଖାପାଣିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗିରିଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଏବିଇଓ ନେହେରୁ ଦାଶ, ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଗଙ୍ଗାଧର ଭୋଇ, ଫିରିଙ୍ଗିମାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଡନସନା, ପୁରାତନ ଛାତ୍ର ହେମାନନ୍ଦ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ବଗର୍ତ୍ତି ପୁରସ୍କାର ବିତରଣ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକ ସ୍ଵାଗତ ଭାଷଣ ଦେଇଥିଲେ । ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ । ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସସ୍ମିତା ସାହୁ ସର୍ବୋତ୍ତମ ଛାତ୍ରୀ ଘୋଷିତ ହୋଇଥିଲେ ଓ ଗତ ବୋର୍ଡ ପରୀକ୍ଷାରେ ଏ-୧ ପାଇଥିବା ଛାତ୍ରୀ ଯାଜ୍ଞସେନୀ ମାଝୀ ପୁରସ୍କୃତ ହୋଇଥିଲେ । ଅନୁ ସାହୁ ଓ ପ୍ରଶାନ୍ତ ପ୍ରଧାନ ସ୍ପୋର୍ଟସ ଚମ୍ପିୟାନ ଓ ଦେବାଶିଷ ସାହୁ ଓ ଲିପ୍ସା ଥନାପତି ବେଷ୍ଟ ସ୍ବେଚ୍ଛାସେବୀ ପୁରସ୍କାର ପାଇଥିଲେ । ଅପରାହ୍ନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମଗୁଡ଼ିକୁ ଶିକ୍ଷକ ମୋହନ ରଣା, ଗଙ୍ଗାଧର କୁମାର, ସୁରଥ ଭୋଇ, ଅଶ୍ଵିନୀ ଦାଶ, ରାଧେଶ୍ୟାମ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.