jayashree

କଳାହାଣ୍ଡି ଉତ୍ସବ ଉପଲକ୍ଷେ ‘କଳାହାଣ୍ଡି ସେଦିନର ଓ ଆଜିର’ ଶୀର୍ଷକ ସଂପାନ ଅନୁଷ୍ଠିତ

  • କଳାହାଣ୍ଡି ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେବାର ସମୟ ଆସିଛି

କଳାହାଣ୍ଡି, (ପି.କେ.ସାହୁ) : ମନସ୍ତାତ୍ତ୍ୱିକ ବିଚାରଧାରାର ପରିବର୍ତ୍ତନ କଳାହାଣ୍ଡି ଜିଲ୍ଲାକୁ ସମଗ୍ର ଦେଶରେ ଆଗୁଆ କରି ଗଢ଼ି ତୋଳିବ । ଆଜି ଏ ଜିଲ୍ଲା ସାରା ଦେଶରେ ଭାତହାଣ୍ଡିର ପରିଚୟ ପାଇଛି ସତ ତେବେ ଜିଲ୍ଲାବାସୀଙ୍କ ପାଇଁ ଆଜିର ଆହ୍ୱାନ ସୁସ୍ଥ କଳାହାଣ୍ଡି ହେବା ଉଚିତ୍ । କାରଣ ସାରା ବିଶ୍ୱକୁ କଳାହାଣ୍ଡି ଦିଗଦର୍ଶନ ଦେବାର ସମୟ ଆସିଛି । ପର୍ଯ୍ୟାପ୍ତ ଜ୍ଞାନ ଆହରଣ ଏ ଜିଲ୍ଲାର ବିକାଶକୁ ଆହୁରି ଆଗେଇ ନେବ ବୋଲି ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆୟୋଜିତ ସଂପାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଏବଂ ଯୋଜନା ଓ ସମ୍ମନ୍ୱୟ ବିଭାଗର ସଚିବ ପ୍ରଦୀପ କୁମାର ଜେନା ନିଜ ବକ୍ତବ୍ୟରେ କହିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ହିଁ ଏ ଜିଲ୍ଲାକୁ ଉନ୍ନତିର ଶିଖରରେ ପହଞ୍ଚାଇ ପାରିବ ଏଣୁ ଆମ ସମସ୍ତଙ୍କୁ ଏ ଜୟଯାତ୍ରାରେ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଉପସ୍ଥିତିରେ ସଂପାନ କମିଟିର ଅଧ୍ୟକ୍ଷ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହଅଧ୍ୟକ୍ଷ ସୀମାଞ୍ଚଳ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡ. ତ୍ରିଭୂବନ ପଣ୍ଡା, ଉମାଶଙ୍କର କର ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସଂପାନ କମିଟିର ସଦସ୍ୟ ଶେଷଦେବ ମିଶ୍ର ଅତିଥି ଆବାହନ, ଡ. ସଞ୍ଜିତ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ୱରଞ୍ଜନ ବେହେରା, ପ୍ରତାପ କୁମାର ପଣ୍ଡା, ଦୁର୍ଗାପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟକ କବି, ଲେଖକ, ଅଧ୍ୟାପକ, ବୁଦ୍ଧିଜୀବୀଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ସୁଢଳଦେବ ମୁଣ୍ଡ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.