jsm

ସାନସାହାଜବାହଲରେ କ୍ରିକେଟ କପ୍‌ ଉନ୍ମୋଚିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୨ତମ ବିଏନ୍‌ବି ମେମୋରିଆଲ କ୍ରିକେଟ କପ୍‌ ୨୦୨୩ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ସାନସାହାଜବାହଲଠାରେ ଅନୁଷ୍ଠିତ ହୋଇଯାଇଛି । ୧୧ରୁ ୧୫ ଯାଏଁ ପାଞ୍ଚଦିନ ଧରି ଚାଲିଥିବା ଏହି ଖେଳରେ ୧୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ସେହି ଦଳ ମଧ୍ୟରୁ ଲରମ୍ଭାମୁଣ୍ଡା ଓ ସାନସାହାଜବାହାଲ ମଧ୍ୟରେ ଫାଇନାଲ୍ ମ୍ୟାଚ ହୋଇଥିଲା ଏଥିର ଲରମ୍ଭାମୁଣ୍ଡା ବିଜୟ ହୋଇ ଟ୍ରଫି ସହ ୧୨୦୦୦ ହଜାର ଟଙ୍କା ଏବଂ ସାନ ସାହାଜବାହାଲ ୮୦୦୦ ହଜାର ଟଙ୍କା ପୁରସ୍କାର ରାଶି ପାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଗାଇସିଲେଟ ଥାନା ଅଧିକାରୀ ବିରବର ଭଗତ, ସମ୍ମାନିତ ଅତିଥି ଗାଇସିଲେଟ ସରପଞ୍ଚ ଶରତ କାଲୋ, ଦେବେନ୍ଦ୍ର ଯୋଶୀ, ସମିତି ସଭ୍ୟ ପ୍ରତିନିଧି ସଞ୍ଜୀବ ସେଠ୍, ଗ୍ରାମର ଗୌନ୍ତିଆ ଭୋଜରାଜ୍ ପଧାନ ଯୋଗଦେଇ ଥିବା ବେଳେ ଆୟୋଜକ କମିଟିର ସଦସ୍ୟମାନେ ଖେଳକୁ ସୁଚାରୁ ରୁପେ ଶେଷ କରିଥିଲେ ।

yuvodaya
Leave A Reply

Your email address will not be published.