jsm

କଳା ବ୍ୟାଚ୍‌ ପିନ୍ଧିଲେ ଓଏଏସ୍‌ ସଂଘ ବଲାଙ୍ଗିର ଜିଲ୍ଲାର ସଦସ୍ୟ ସଦସ୍ୟାମାନେ : ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଆଚରଣକୁ ବିରୋଧ ପ୍ରଦର୍ଶନ

csstore

ବଲାଙ୍ଗିର, (କେପିଏନ୍‌ଏସ୍) : ଗତ ୧୨ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଲାଙ୍ଗିର ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ କରିଛି ବଲାଙ୍ଗିର ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘ । ଏହାର ପ୍ରତିବାଦ ସ୍ବରୂପ ପୂର୍ବ ଘୋଷଣା ଅନୁସାରେ ଓଏଏସ୍‌ ସଂଘ ବଲାଙ୍ଗିର ଜିଲ୍ଲା ସଦସ୍ୟ ସଦସ୍ୟାମାନେ ଆଜି କଳା ବ୍ୟାଚ ପରିଧାନ କରିଛନ୍ତି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ଓଏଏସ୍‌ ସଂଘ ବଲାଙ୍ଗିର ଜିଲ୍ଲା ସଦସ୍ୟ ସଦସ୍ୟାମାନେ କାର୍ଯ୍ୟ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.