jayashree

ଡେଲାଙ୍ଗରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ପରିବହନ ପ୍ରାଧିକାରୀ, ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ରେଡକ୍ରସ୍ ୟୁନିଟ୍, ଗାଦିବ୍ରହ୍ମ ମହାବିଦ୍ୟାଳୟ, ଡେଲାଂଗର ମିଳିତ ଆନୁକୂଲ୍ୟରେ “ସଡକ ସୁରକ୍ଷା ସପ୍ତାହ-୨୦୨୩” (ଜାନୁଆରୀ ୧୧ରୁ ୧୭ ୨୦୨୩) ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଐତିହ କକ୍ଷରେ ୧୬-୦୧-୨୦୨୩(ସୋମବାର) ଦିବା ୧୧.୩୦ ଘ. “ସଡକ ସୁରକ୍ଷା” ସଂପର୍କିତ ଏକ ଆଲୋଚନାଚକ୍ର ଆୟୋଜିତ ହେବା ସହିତ ମହାବିଦ୍ୟାଳୟଠାରୁ ଡେଲାଂଗ ହାଟ ପର୍ଯ୍ୟନ୍ତ ଏକ ସଡକ ସୁରକ୍ଷା ସଚେତନତା ରାଲି ସଂଗଠିତ ହୋଇଥିଲା । ରାସ୍ତାରେ ଛାତ୍ରଛାତ୍ରୀ, ପୋଲିସ ଅଧିକାରୀ ଓ ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ମାନେ ରାସ୍ତାରେ ଗାଡିଚାଳକ ମାନଙ୍କୁ ସଚେତନ କରାଇଥିଲେ । ଉକ୍ତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଡେଲାଂଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲିପ କୁମାର ଷଡଙ୍ଗୀ, ମୁଖ୍ୟବକ୍ତା ରୂପେ ଡେଲାଂଗ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି, ପର୍ଯ୍ୟବେକ୍ଷକ ଭାବେ ସହକାରୀ ମୋଟରଯାନ ନୀରିକ୍ଷକ ଅମିତ କୁମାର ରଣା ଓ ସମ୍ମାନିତ ଅତିଥି ରୂପେ ହାଟ ଫାଣ୍ଡି ଅଧିକାରୀ ଧନପତୀ ପିଂଗ୍ ଓ ବରିଷ୍ଠ ସମ୍ବାଦିକ ପ୍ରସନ୍ନ ତ୍ରୀପାଠୀ ଯୋଗଦାନ କରି ସଡକ ସୁରକ୍ଷା ସପ୍ତାହ ପାଳନର ଗୁରୁତ୍ୱ ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ପ୍ରମୋଦିନୀ ମହାପାତ୍ର, ସହକାରୀ ଗ୍ରନ୍ଥାଗାରିକ ଦାଶରଥି ବଳବନ୍ତରାୟ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.