ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ମାଲପଡା ଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଛୁରାରେ ଆକ୍ରମଣ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ମାଲପଡା ନିବାସୀ ମଗଶୀର ସେଲ୍ମା (୬୦) ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟହ ମଦ ପିଇ ସେ ଘରକୁ ଆସି ନିଜ ସ୍ତ୍ରୀ ହେମଲତା ସେଲ୍ମା (୫୮)ଙ୍କୁ ମାରପିଟ୍ କରୁଥିବା ବେଳେ ଗତକାଲି ମଧ୍ୟ ମଦ ପିଇ ଘରକୁ ଆସି ଏକ ଛୁରୀରେ ସ୍ତ୍ରୀ ହେମଲତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ହେମଲତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି କରିଥିବା ଜଣାପଡିଛି ।